ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଜଳ ଅର୍ପଣ ଦିବସ

ହାଟଡିହି (ଓ୍ବାଇଏନଏସ) ଗ୍ରାମ୍ୟ ଜଳ ଯୋଗାଣ  ବିଭାଗ ପକ୍ଷରୁ ବାଲିବରେଇ ପଞ୍ଚାୟତ ବିଦ୍ୟାଧରପୁର ଠାରେ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି। ଏଥିରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଅଧିକ୍ଷଣ ଯନ୍ତ୍ରୀ ମାନସ କୁମାର ପରିଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବିଜେପି ନେତା ଆଲୋକ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବାଲିବରେଇ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଅଜୟ କୁମାର ଘଡେଇ, ବିବେକାନନ୍ଦ ରାଉତ,  ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭଦର୍ଶୀ ଯୋଶୀ, ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଧଡ଼ା ପ୍ରମୁଖ ଯୋଗଦେଇ ଏହି ଗରିମାମୟ ଜଳ ଅର୍ପଣ ଦିବସ ଅବସରରେ ଜଳ ଜୀବନ ମିଶନ ଅଧୀନ ଗ୍ରାମୀଣ ପାନୀୟ ଜଳ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ବାଲିବରେଇ ଗ୍ରାମ ପଞ୍ଚାୟତରେ ମୋଟ ୪ଗୋଟି ରାଜସ୍ବ ଗ୍ରାମ ଥିବାବେଳେ ୨୭ ଗୋଟି ବସତି, ୧୨ ଗୋଟି ୱାର୍ଡ ଏବଂ ମୋଟ ୧୬୭୭ଟି ପରିବାରର ୬୪୪୬ ଲୋକ ବସବାସ କରୁଛନ୍ତି। ଜଳ ଜୀବନ ମିଶନ ଅଧୀନରେ ଏହି ଗ୍ରାମ ପଞ୍ଚାୟତର ସମସ୍ତ ୧୬୭୭ଟି ପରିବାରକୁ ନଳ ମାଧ୍ୟମରେ ସୁରକ୍ଷିତ ପାନୀୟ ଜଳ ସଂଯୋଗ କରାଯାଇଛି। , ଯାହା ” ହର ଘର ଜଳ ” ଲକ୍ଷ୍ୟକୁ ବାସ୍ତବ ରୂପ ଦେଇଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ପଞ୍ଚାୟତରେ  ୫୬ଟି ଟ୍ୟୁବୱଲ, ଗୋଟିଏ ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଅଧିକାରୀ ମାନେ ପ୍ରକାଶ କରିଥିଲେ। ଜଳ ଅର୍ପଣ ଦିବସ ଅବସରରେ, ବାଲିବରେଇ ଗ୍ରାମ ପଞ୍ଚାୟତ ଜଳ ସଂରକ୍ଷଣର ସଠିକ ସଞ୍ଚାଳନ ଓ ସୁସ୍ଥିର ରକ୍ଷଣା ବେକ୍ଷଣା କରିବା ଉପରେ ଅଧିକାରୀ ମାନେ ଗୁରୁତ୍ୱାରୋପ କରିଥିଲେ। କନିଷ୍ଠ ଯନ୍ତ୍ରୀ ନୀଲ କମଲ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବାଲିବରେଇ ହାଇସ୍କୁଲର ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ