ନାରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ
ଝାରପୋଖରିଆ, (ଭଗୀରଥ ମହାନ୍ତ): ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରୀଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ ନାରୀ ସଶକ୍ତି କରଣ ସଚେତନତା କର୍ମଶାଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରହଲ୍ଲାଦ ଅଗସ୍ତିଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇ ଯାଇଅଛି । ସୀମାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ତାଙ୍କ ବ୍ୟକ୍ତବ୍ୟରେ ମହାବିଦ୍ୟାଳୟ ପରିସରକୁ ଏକ ମାନବିକତା ସମାନତା ଓ ନୈତିକତାର ପିଠସ୍ଥଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତ୍ୟା ଭାବରେ ଝାରପୋଖରୀଆ ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ବିଷୟରେ ବିଷଦ ବାଖ୍ୟା କରି ଛାତ୍ରୀ ଓ ମହିଳା କର୍ମଚାରୀ ମାନଙ୍କୁ ତାର ସଦୁପଯୋଗ କରିବା ପାଇଁ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଂଯୋଯିକା ଡଃ ପ୍ରାଚୀପ୍ରଭା ପଢିଆରୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ପୋଷ୍ଟ ଆକ୍ଟ ବିଷୟରେ ବାଖ୍ୟା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ଅନିଲ କୁମାର ଝା, ପ୍ରାଧ୍ୟାପକ ରଞ୍ଜନ କୁମାର ମହାନ୍ତି, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ମୁଖ୍ୟ ଡଃ ଧରିତ୍ରୀ ବେହେରା କମିଟିର କାର୍ଯ୍ୟଶୈଳୀ ସଂପର୍କରେ ଦିଗଦର୍ଶନ ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀ ମାନେ ମହାବିଦ୍ୟାଳୟର ପରିସରକୁ ସମାନତା, ସ୍ୱାଧୀନତା, ସମାନ ସୁଯୋଗ ଓ ଭେଦଭାବ ଶୁନ୍ୟ କରିବା ପାଇଁ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଯଥା ଲେପ୍ଟନେଣ୍ଟ୍ ନିହାର ରଞ୍ଜନ ମହାନ୍ତ, ଅଜୟ କୁମାର ପରିଡା, ସ୍ଵପ୍ନେଶ୍ୱରୀ ମୁର୍ମୁ, ସ୍ନିଗ୍ଧା ଆଚାର୍ଯ୍ୟ, ରାମକୃଷ୍ଣ ହରିଜନ, ନିରୋଜ ରଞ୍ଜନ ମହାନ୍ତ ସହଯୋଗ କରିଥିଲେ । ପରିଶେଷରେ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଂଯୋଜିକା ଡଃ ପ୍ରାଚୀପ୍ରଭା ପଢିଆରୀ ଧନ୍ୟବାଦ ଅର୍ପଣ କରିଥିଲେ ।


