ନାରୀ ଅଧିକାର ଅଭିଯାନ: କୋଟପାଡରେ ବିଶାଳ ବିକ୍ଷୋଭ ସମାବେଶ
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ନାରୀ ଅଧିକାର ରକ୍ଷା ଓ ସମାନତାର ବାର୍ତ୍ତା ପ୍ରଚାର ପାଇଁ କୋଟପାଡ ଠାରେ ବିଜେଡି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଚାରିଆଡ଼େ ଶିଳ୍ପାଭିଯାନ ଓ ଆତ୍ମବିଶ୍ବାସଭରା କଣ୍ଠ ଧ୍ବନିରେ ଗୁଞ୍ଜିତ ହୋଇଉଠିଥିବା ଏହି ସମାବେଶ, ସମାଜରେ ନାରୀ ଶକ୍ତିର ଏକ ଶକ୍ତିଶାଳୀ ପ୍ରଦର୍ଶନ ରୂପେ ପରିଣତ ହୋଇଛି। ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ନେତୃତ୍ୱରେ ଏକ ହଜାରରୁ ଅଧିକ ସାଧାରଣ ମହିଳା ଏହି ଐତିହାସିକ ବିକ୍ଷୋଭ ରାଲିରେ ସାମିଲ ହୋଇଥିଲେ। ବିଆରସି ବିଲଡିଂ ନିକଟରୁ ଶୋଭାଯାତ୍ରାଟି ବାହାରି ନଗର ପରିକ୍ରମା କରି କୋଟପାଡ ମୁନିସିପାଲିଟି ନିକଟରେ ପହଞ୍ଚିଥିଲା। ସେଠାରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଝିନ୍ନ ହିକକା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, କାର୍ଯ୍ୟକାରୀ ସଭାପତି ପ୍ରସାଦ ବିଡିକା ଓ ଦୁର୍ଗା ମିଶ୍ର, ଉପସଭାପତି ନାଗରାଜ ଦୋରା,ମହିଳା ସଂଗଠନର ପ୍ରତିନିଧିଗଣ: ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପାର୍ବତୀ ମସ୍ତି, ରାଜ୍ୟ ଉପସଭାନେତ୍ରୀ ରୀତା ପାଣିଗ୍ରାହୀ, ଜିଲ୍ଲା ଉପସଭାନେତ୍ରୀ ଲିଲି ବୁରୁଡି, କୋଟପଡ ବ୍ଲକ ଅଧ୍ୟକ୍ଷା କମଳା ପୂଜାରୀ, ଜିଲ୍ଲା ପରିଷଦ ସଦସ୍ୟା ଗୀତା ମାଝୀ, ଏବଂ ଯୁବ ନେତା ମହମ୍ମଦ ସଲିମ, ଜିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ, ସୁଧୀର ଚନ୍ଦ୍ର ମହାନ୍ତି ଓ ବିକ୍ରମ ଦେବ ମାଝୀ, ସମସ୍ତ ସରପଞ୍ଚ ସମିତି ସଭ୍ୟ ସହଯୋଗୀ ଭୂମିକା ପାଳନ କରିଥିଲେ। ଏହି ବିକ୍ଷୋଭ ସମାବେଶରେ ମହିଳା ସଶକ୍ତିକରଣ ଏବଂ ଅଧିକାର ରକ୍ଷା କରିବା ଦିଗରେ ବିଜେଡି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।


