ନିଶା ନିବାରଣ ଏବଂ ସାଇବର ସଚେତନତା କର୍ମଶାଳା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର “ଶକ୍ତିଶ୍ରୀ ସାଥି”ସେଲ ଏବଂ ଆଦର୍ଶ ପୋଲିସ ଥାନା ପାରଳାଖେମୁଣ୍ଡିର ମିଳିତ ଆନୁକୂଳ୍ୟରେ ପୋଷ , ପୋସ୍କ , ନିଶା ନିବାରଣ ଅଭିଯାନ ଏବଂ ସାଇବର ସଚେତନତା ସମ୍ପର୍କରେ ଶୀର୍ଷକ ଏକ ଦିବସୀୟ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ଆଇ. ଆଇ. ସି ପ୍ରଶାନ୍ତ ଭୂପତି ଯୋଗଦେଇ ମହିଳା ମାନଙ୍କର ସୁରକ୍ଷା ତଥା ସାଇବର ଠକେଇ ପ୍ରତି ସଚେତନ ହେବା ତଥା ଏହି ସମ୍ପର୍କରେ ସତର୍କ ରହି ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ସୂଚନାସମୃଦ୍ଧ ଓ ପ୍ରେରଣାଦାୟକ ଆଲୋଚନା କରିଥିଲେ। ସଭାପତି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ମଞ୍ଚାସୀନ ରହି ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର କ୍ଷତିକାରକ ଏବଂ ଭବିଷ୍ୟତ ପ୍ରତି ଧ୍ୟାନ ଦେବା କ୍ଷେତ୍ରରେ ଯୁବପିଢ଼ିର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ନିଶା ନିବାରଣ ଅଭିଯାନ ସମ୍ପର୍କରେ ପୋଲିସ ବିଭାଗର ଅଫିସର ପ୍ରିୟବ୍ରତ ସ୍ୱାଇଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ। ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ତଥା ଶକ୍ତିଶ୍ରୀ ସଂଯୋଜିକା ଡକ୍ଟର ଚାରୁ ପ୍ରଭା ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା ଥିଲେ। ଓଡ଼ିଆ ବିଭାଗର ଛାତ୍ରୀ ସୁଶ୍ରୀ ସ୍ନେହା ବେହେରା ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ। ଏହି ଏକ ଦିବାସୀୟ କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରଛାତ୍ରୀ ଏବଂ ପୋଲିସ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ