ମହିଳା ଉଚ୍ଚ ମଧ୍ୟାମିକ ବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ପାଳିତ

ପୋଲସରା (ଅନୀଲ କୁମାର ମହାରଣା) : ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ଯୁବ ରେଡ କ୍ରସ ର୍ ସ୍ବେଛାସେବୀମାନଙ୍କୁ ନେଇ ଏଡ଼ସ ରୋଗ ଉପରେ ଏକ ସଚେତନତା ରାଲି ପୋଲସରା ସହର ପରିକ୍ରମା କରିଥିଲା। ଯୁବ ରେଡ଼କ୍ରସ ସଂଯୋଜକ ଅଧ୍ୟାପକ ଡକ୍ଟର ଆଶିଷ କୁମାର ପ୍ରଧାନ ଓ ଅଧ୍ୟାପିକା ସନ୍ଧ୍ୟା କୁମାରୀ ନାୟକଙ୍କ ନେତୃତ୍ୱରେ ୧୩୦ ଜଣ ସ୍ବେଛାସେବୀ ଏହି ରାଲିରେ ଯୋଗଦେଇଥିଲେ। ଏହାପରେ ପ୍ରିନ୍ସପାଲ ପ୍ରଦୀପ କୁମାର ପରମଗୁରୁଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼ କ୍ରସ ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ସଭାରେ ଶିକ୍ଷାନୁଷ୍ଠାନର ଅଧ୍ୟାପିକା ଡକ୍ଟର ରଂଜିତା କୁମାରୀ ମିଶ୍ର, ଅଧ୍ୟାପକ ମନୋଜ କୁମାର ପାଢ଼ୀ, ଶିଶିରକାନ୍ତ ବିଷୋୟୀ, ଧନିତ୍ରୀ ନାୟକ, ମକରଧ୍ୱଜ ବରଡ଼ ଓ ଭାସ୍କର ସାହୁ ସହ କର୍ମଚାରୀ ବୃନ୍ଦ ଯୋଗଦେଇ ଏଡ଼ସ ରୋଗର କାରଣ, ଭାୟାବହତା, ନିରାକରଣ ଉପରେ ଆଲୋକପାତ କରିବା ସହ ଆତ୍ମ ସଂଯମ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ