ଯୁବକଙ୍କୁ ଛୁରାମାଡ ଘଟଣା : ଅଭିଯୁକ୍ତ ଗିରଫ

ଦିଗପହଣ୍ଡି (ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟ ଜନଗହଳି ପୂର୍ଣ୍ଣ ଜନତା ଲେନ ରାସ୍ତାରେ ବୁଧବାର  କାହ୍ନା ସେଠୀ ନାମକ ଯୁବକକୁ ହୋଇଥିବା ଛୁରାମାଡ ଘଟଣାରେ ସ୍ଥାନୀୟ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତାର ସେଣ୍ଟ ଯୋସେଫ ବିଦ୍ୟାଳୟ ନିକଟରେ ରହୁଥିବା ଅରୁଣ ସେଠୀ । ଖବରନୁଯାୟୀ , ସ୍ପଷ୍ଟ ଦିବାଲୋକ ସମୟରେ ଅଭିଯୁକ୍ତ ଅରୁଣ ଏକ ମଦ୍ଯ ପାନ କରି  ଏକ ଛୁରୀ ସାହାଯ୍ୟରେ ସେଠାରେ ଥିବା ରିକ୍ସା ର ଟାୟାର କାଟୁଥିଲେ । ଏହାଦେଖି ଦିଗପହଣ୍ଡି କମାର ସାହିର  କାହ୍ନା ଅରୁଣକୁ ଏଥି ନିମନ୍ତେ ବାରଣ କରିଥିଲେ । ଯାହାକୁ ନେଇ ଅଭିଯୁକ୍ତ ଜଣକ ଉତ୍ତେଜିତ ହୋଇ ନିଶାସକ୍ତ ଅବସ୍ଥାରେ ଗାଳିଗୁଲଜ କରିବା ସହ ଧରିଥିବା ଛୁରୀ ସାହାର୍ଯ୍ୟରେ କାହ୍ନାଙ୍କ ମୁହଁ,ପିଠି ଓ ହାତକୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକ ଆସିବା ପରେ ଅରୁଣ ସେଠାରୁ ଲୁଚି ଯାଇଥିଲା । ଖବରପାଇ କାହ୍ନାଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଦିଗପହଣ୍ଡି ହସ୍ପିଟାଲ ଓ ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ ନେଇଯାଇଥିଲେ । ଅପରପକ୍ଷରେ ପୁଲିସ ଅରୁଣକୁ ଧରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିବା ସହ ଛୁରୀ ଜବତ କରିଥିଲା । ବୁଧବାର ବିଳମ୍ବିତ ରାତିରେ କାହ୍ନାଙ୍କ ମାଆ ସକୁନ୍ତଳା ସେଠୀ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ ଥାନା କେସ୍ ନଂ ୨୬୧/୨୫ ଅନୁସାରେ ମାମଲା ରୁଜୁ କରି ଗୁରୁବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ