ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ
କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା): କୁକୁଡ଼ାଖଣ୍ଡି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁସୁମୀ ଠାରେ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଗଣ ଉପସ୍ଥିତ ଥିଲେ । ଏଥିରେ ଅଦ୍ଧବାର୍ଷିକ ପରୀକ୍ଷାର ଫଳାଫଳ ଏବଂ ବାର୍ଷିକ ଉତ୍ସବ ଆୟୋଜନକୁ ନେଇ ଆଲୋଚନା କରାଯାଇଥିଲା । ଆଗକୁ ଯେମିତି ପିଲାମାନଙ୍କ ପାଠପଢା ସାଙ୍ଗକୁ କ୍ରୀଡା ତଥା କଳାକ୍ଷେତ୍ରରେ ବିକାଶ ହେଇପାରିବ ସେନେଇ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ସେଠୀ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ । ପିଲାମାନଙ୍କ ଠାରୁ ମୋବାଇଲ୍ ଦୂରେଇ ରଖିବାକୁ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଥିଲା । ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ କିପରି ଅଧିକ ଗୁରୁତ୍ଵ ଦିଆଯାଇପାରିବ ସେନେଇ ଅଭିବାଭକମାନଙ୍କ ସହ ଶ୍ରୀ ସେଠୀ ଆଲୋଚନା ମାଧ୍ୟମରେ ଆଲୋକପାତ କରିଥିଲେ ଏବଂ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜନ କରିବାରେ ଅଭିଭାବକମାନଙ୍କ ସହଯୋଗ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ନିଷ୍ପତି ନିଆଯାଇଥିଲା । ବୈଠକ ଶେଷରେ ବରିଷ୍ଟ ଶିକ୍ଷକ ଶ୍ରୀ ଅନାମ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।


