ଯୁକ୍ତ -୨ପରୀକ୍ଷା ଫଳ: ପ୍ରତିଭା ଆବାସିକ ମହାବିଦ୍ୟାଳୟର ଶତପ୍ରତିଶତ ସଫଳତା
ଛତ୍ରପୁର, (ଓ୍ବାଇଏନଏସ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା ବିଦ୍ୟାଳୟ ଗୁଡିକର ଦ୍ଵାଦଶ ଶ୍ରେଣୀ (+୨) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି l ଏହି ପେରିପ୍ରେକ୍ଷୀ ରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ପ୍ରତିଭା ଆବାସିକ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଯୁକ୍ତ -୨ ପରୀକ୍ଷା ରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି l ଚଳିତ ବର୍ଷ ଯୁକ୍ତ-୨ବିଜ୍ଞାନ ବିଭାଗ ର ଛାତ୍ର ବିଘ୍ନେଶ କୁମାର ଚୌଧୁରୀ ୬୦୦ ରୁ ୫୯୦ ମାର୍କ ରଖି ଛତ୍ରପୁର ବ୍ଲକ ଟପର ହେବା ସହିତ ମହାବିଦ୍ୟାଳୟ ସବୁବର୍ଷ ର ରେକଡ଼ ଭାଙ୍ଗିଛନ୍ତି । ଏହା ସହିତ ମହାବିଦ୍ୟାଳୟର ୮ ଜଣ ଛାତ୍ର ଛାତ୍ରୀ ୫୪୦ ରୁ ଅଧିକ ମାର୍କ ରଖିଥିବା ବେଳେ ୩୧ ଜଣ ଛାତ୍ର ଛାତ୍ରୀ ୫୦୦ ରୁ ଅଧିକ ମାର୍କ ରଖିଛନ୍ତି l ସେହିପରି ୪୫ ଜଣ ଛାତ୍ର ଛାତ୍ରୀ ୪୮୦ ମାର୍କ ରଖି ମହାବିଦ୍ୟାଳୟ କୁ ସୁନାମ ଆଣିଛନ୍ତି l ଚଳିତ ବର୍ଷ ପ୍ରତିଭା ଆବାସିକ ମହାବିଦ୍ୟାଳୟ ରେ ଯୁକ୍ତ -୨ ରେ ୧୮୮ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୪୪ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୩୮ଜଣ ଛାତ୍ର ଛାତ୍ରୀ ଦ୍ଵିତୀୟ ଓ ୧ ଜଣ ତୃତୀୟ ହୋଇଛନ୍ତି l ଉତ୍ତୀର୍ଣ୍ଣ ହୋଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ ଦାଶ ଓ ନିର୍ଦେଶକ ମୁନ୍ମୟ ଦାଶ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଗୁରୁବାର ମହାବିଦ୍ୟାଳୟ ପରିସରରେ ଛତ୍ରପୁର ବ୍ଲକ ଟପର ବିଘ୍ନେଶ ସହିତ ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଫୁଲ ତୋଡ଼ା ଦେଇ ଶୁଭେଚ୍ଛା ଜଣାଇବା ସହିତ ମିଷ୍ଟାନ ବଣ୍ଟନ କରାଯାଇଛି l ଏହା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା l ବିଘ୍ନେଶ ମୋଟ ୬୦୦ ରୁ ୫୯୦ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ଭବିଷ୍ୟତରେ ଆଇଆଇଟି ଜେଇ ପଢିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି । ବିଘ୍ନେଶ ଛତ୍ରପୁର ବିଦ୍ୟାଧର ନଗର ବାସିନ୍ଦା ହୋଇଥିବାବେଳେ ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ପାଠ ପଢୁଥିଲେ । ତାଙ୍କର ସଫଳତା ପାଇଁ ସେ ତାଙ୍କ ବାପା ମା ଓ ଭାଇ ଏବଂ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି ।


