କରଞ୍ଜିଆ ପଞ୍ଚାୟତ ସମିତିରେ ବିକଶିତ ଗାଁ ବିକଶିତ ଓଡ଼ିଶାର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ବ୍ଲକରେ ରାଜ୍ୟସରକାର ଙ୍କ ଗାଁ ଗାଁ ରେ ବିକାଶ କରିବାକୁ କରିଥିବା ନୂତନ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକାରିତା ନେଇ ଏକ ସ୍ୱତନ୍ତ୍ର ବୈଠକ ବ୍ଲକ ପରିସରରେ ଥିବା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ,କରଞ୍ଜିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି, ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହାନ୍ତ, କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ,କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ଦେବେନ୍ଦ୍ର ମହାନ୍ତ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସାହୁ, ସହକାରୀ ଯନ୍ତ୍ରୀ ସୟଦ ଅମଜାଦ ଅଲ୍ଲୀ ତଥା ସମସ୍ତ ୧୫ଟି ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ବୈଠକରେ ପୂର୍ବରୁ ବିଭିନ୍ନ ପଞ୍ଚାୟତରେ ଆବଶ୍ୟକ ଥିବା ବିଭିନ୍ନ ବହୁମୁଖୀ ପ୍ରକଳ୍ପ କାର୍ଯ୍ୟର ବ୍ୟୟ ବରାଦ ବିଷୟରେ ଆଲୋଚନା କରାଯାଇଥିଲା।