କଲ୍ଲୋଳ ସାହିତ୍ଯ ଖଟି ଫଗୁ ସାହିତ୍ୟ ଆସର ଅନୁଷ୍ଠିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହର ସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷ ରେ କଲ୍ଲୋଳ ସାହିତ୍ଯ ଖଟି ଆନୁକୂଲ୍ଯରେ ରବିବାର ସମୟ ୧୧.୦୦ ଘଟିକାରେ ଫଗୁ ସାହିତ୍ଯ ଆସର ଅନୁଷ୍ଠିତ ହୋଇ ଯାଇଛି । ସମ୍ବିତ ପତି ସହ ସମ୍ପାଦକ କଲ୍ଲୋଳ ପରିବାର ଏହି କଲ୍ଲୋଳ ସାହିତ୍ଯ ସମ୍ପର୍କ ରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ନିମନ୍ତ୍ରିତ ଅତିଥିମାନଙ୍କୁ ଅସନ ଅଳଙ୍କୃତ କରାଇଥିଲେ । ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପରେ ଅତିଥିମାନଙ୍କ ଦ୍ବାରା ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପ୍ରଦାନ କରାଯାଇ ଥିଲା । ଓଡ଼ିଆ ଅଧ୍ୟାପକ ମାନସ ରଞ୍ଜନ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସଭାପତି ଚୟନ କରିଥିଲେ । ଫଗୁ ସାହିତ୍ଯ ଆସରର ସଭାପତି ରୂପେ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ମୁଖ୍ଯ ଅତିଥି ଭାବେ ଅବସର ପ୍ରାପ୍ତ ଇଂ ତ୍ରିଲୋଚନ ସେଠୀ , ମୁଖ୍ଯ ବକ୍ତା ଭାବେ ବିଶିଷ୍ଟ କବି ଓ ଗାଳ୍ପିକ ଭାବେ ପୁରସ୍କୃତ ମିତ୍ରଭାନୁ ତନ୍ତୀ ଯୋଗ ଦେଇ ସମାଜ ପାଇଁ ସାହିତ୍ଯ କେତେ ଜରୁରୀ ତାଙ୍କ ଅଭିଭାଷଣ ରେ ଜଣାଇ ଥିଲେ lଏହି ଫଗୁ ସାହିତ୍ଯ ଆସରରେ ନିମନ୍ତ୍ରିତ କବି ଡକ୍ଟର ମିଲନ ମହାନ୍ତ, ଅନୀଲ ଚାରୁଦର୍ଶୀ, ସମ୍ବିତ ପତି, ପତିତପାବନ ଗିରି, ମାନସ ରଞ୍ଜନ ବେହେରା , ସୌମ୍ୟରଞ୍ଜନ ଶତପଥୀ, ପ୍ରଶାନ୍ତ କୁମାର ସାହୁ, ବିଘ୍ନେଶ୍ୱର ମହାନ୍ତ, ଉମେଶ ପତି , ଅର୍ଚ୍ଚନା ମାଝୀ, ରୀମା ସେଠୀ , ଦିବ୍ଯଶ୍ରୀ ବାରିକ, ପ୍ରମୁଖ ଯୋଗ ଦେଇ ଫଗୁ ସାହିତ୍ଯ ଆସରର ଶୀର୍ଷକ ବସନ୍ତ ଓ ଫଗୁ ଉପରେ ସ୍ବ ରଚିତ କବିତା ଓ ଗଳ୍ପପାଠ କରିଥିଲେ । ପତିତପାବନ ଗିରି ଏହି ସାହିତ୍ଯ ଆସରର କାର୍ଯ୍ୟକ୍ରମ କୁ ସଂଚାଳନା ଓ ସମୀକ୍ଷା କରିଥିଲେ । ଅନୀଲ ଚାରୁଦର୍ଶୀ ଇଂରାଜୀ ଅଧ୍ୟାପକ ପାଞ୍ଚପୀଢ ମହିଳା ମହାବିଦ୍ୟାଳୟ ଙ୍କ ଆବାହକତ୍ବ ରେ ଏହି ଫଗୁ ସାହିତ୍ଯ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଫଗୁ ସାହିତ୍ଯ ଆସରରରେ ବିଶିଷ୍ଟ ଅତିଥି ଭାବେ କରଞ୍ଜିଆ ପ୍ରେସ କ୍ଲବ ର ବରିଷ୍ଠ ସାମ୍ବାଦିକ ଉମାଶଙ୍କର ଦାସ ଓ ଦୀନେଶ କୁମାର ଯୋଗ ଦେଇ ଏହି ପରି ସାହିତ୍ଯ ଭିତ୍ତିକ କାର୍ଯ୍ୟକ୍ରମ ଆଗକୁ ମଧ୍ଯ ଆୟୋଜନ କରିବା ପାଇଁ ତାଙ୍କ ବକ୍ତବ୍ଯ ରେ ମତ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଅନୀଲ ଚାରୁଦର୍ଶୀ ନିମନ୍ତ୍ରିତ ସମସ୍ତ କବି ସାମ୍ବାଦିକ ଓ ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । ସଭାପତି ଦିଲ୍ଲୀପ କୁମାର ପୃଷ୍ଟି ଶେଷ ରେ ସଭା ଭଙ୍ଗ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ