କୃଷ୍ଣ ବଳରାମଙ୍କ ଧନୁଭଗ୍ନ ସହ କଂସ ବଦ୍ଧ

କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଖଣ୍ଡୋକଟାରେ ପାଞ୍ଚଦିନଧରି ଚାଲିଥିବା ୩୨ତମ ଧନୁଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି। ଅକୃର ରଥରେ ଗୋପପୁରରୁ କୃଷ୍ଣ ବଳରାମଙ୍କୁ ବିଦାୟ ଦେବା ଦୃଶ୍ୟ ଅତି ମନୋରମ ହୋଇଥିଲା।କୃଷ୍ଣ ବଳରାମଙ୍କ ମଥୁରା ଆଗମନ ପରେ ଚାଣୁର ମୁଷ୍ଟିକସହ ଯୁଦ୍ଧ,ଧନୁଭଗ୍ନ କରି କଂସଙ୍କ ଦରବାରକୁ ବେନିଭାଇଙ୍କ ପ୍ରବେଶ। କଂସଙ୍କ ସହ ଯୁଦ୍ଧ ପରେ କଂସ ନିଧନ ହୋଇ ଧନୁଯାତ୍ରା ଉଦଯାପିତ ହୋଇଥିଲା।ପୌରାଣିକ କଥାବସ୍ତୁ ଉପରେ ଆଧାରିତ କଳାକାରଙ୍କ ଏହି ଜୀବନ୍ତ ଅଭିନୟ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା।ରାତ୍ର ୮ଟାରେ କଂସମହାରାଜଙ୍କ ଆମନ୍ତ୍ରଣ କ୍ରମେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ସରକାରଙ୍କ ଗ୍ରାମ୍ଯ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ,ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ,ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ,ସମ୍ବଲପୁର ଆରଡିସି ସଚ୍ଚିନ ରାମଚନ୍ଦ୍ର ଯାଦବ,ଆଇଜି ହିମାଂଶୁ ଲାଲ,ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣ,ଏସପି ମୁକେଶ ଭାମୁ,ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ,ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ,ହୀରାକୁଦ ଏନଏସିସିର ପୂର୍ବତନ ଅଧ୍ୟକ୍ଷ ଅରୁଣ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଶୁଶିଳ କର ପ୍ରମୁଖ ରାଜ ଅତିଥିଭାବେ ଯୋଗ ଦେଇଥିଲେ।କେନ୍ଦ୍ରମନ୍ତ୍ରୀ ପ୍ରଧାନ  ତାଙ୍କ ବକ୍ତବ୍ଯରେ କହିଥିଲେ ଯେ,ଧନୁଯାତ୍ରା ହେଉଛି ପୂରାତନ ସଂସ୍କୃତି। କଳା ସଂସ୍କୃତିର ପରମ୍ପରାକୁ ବଞ୍ଚାଇରଖି ଅଞ୍ଚଳକୁ ଏକତ୍ରୀତ କରିଥିବାରୁ ଖଣ୍ଡୋକଟାବାସୀଙ୍କୁ ସେ କୃତଜ୍ଞତା ଜଣାଇ ଥିଲେ। ଶିକ୍ଷାର ବିକାଶସହ କୁଚିଣ୍ଡାକୁ ଏକ ଅଗ୍ରଣୀ ସବଡିଭିଜନ ଭାବେ ଗଢି ତୋଳିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ମନ୍ତ୍ରୀ ନାଏକ ଖୁବଶୀଘ୍ର ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବାସହ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇଦେବାର ପ୍ରତିଶୃତି ଦେଇଥିଲେ।ଝାରସୁଗୁଡା ବିଧାୟକ ତ୍ରିପାଠୀ ସରକାରଙ୍କ ବିଭିନ୍ନ ଆତ୍ମନିର୍ଭରଶୀଳ ଯୋଜନା ସମ୍ପର୍କରେ କହିଥିଲେ।ଏହି ଅବସରରେ ଅତିଥି ମାନେ ମିତ୍ରଭାନୁ ଗ୍ରନ୍ଥାବଳୀକୁ କଂସଙ୍କ ଦରବାରରେ ଉନ୍ମୋଚନ କରିବାସହ ଗତ ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ।କିଶୋର ସାହୁ ଏବଂ ମଳୟ ବେହେରା ମଞ୍ଚ ପରିଚାଳନା କରିଥିଲେ।କଂସଙ୍କ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଖଣ୍ଡୋକଟା ଧନୁଯାତ୍ରାକୁ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପଟେଲ,ଉପସଭାପତି ସନ୍ତୋଷ ପୃଷେଠ, ସମ୍ପାଦକ ଧନୀରାମ ନାୟକ,ସହସମ୍ପାଦକ ବିକାଶ ଚନ୍ଦ୍ର ନାଏକ, କୋଷାଧ୍ୟକ୍ଷ ଚନ୍ଦ୍ରମଣି ନାଏକ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ