ଜାତୀୟ ଆୟ ଭିତିକ ମେଧାବୃତି ପରୀକ୍ଷାରେ ଚନ୍ଦ୍ରଶେଖର ନାୟକଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼, (ଯୁଗାବ୍ଦ ନ୍ୟୁଜ):ଅନୁଷ୍ଠିତ ହୋଇଯାଇଥିବା ଅଷ୍ଟମ ଶ୍ରେଣୀ ଜାତୀୟ ଆୟଭିତିକ ଜାତୀୟ ମେଧାବୃତ୍ତି ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି । ଉକ୍ତ ପରୀକ୍ଷାରେ ବଡ଼ପଥୁରୀଆ, ଆଂଚଳିକ ମଇ ବିଦ୍ୟାଳୟର ମେଧାବୀ ଛାତ୍ର ଚନ୍ଦ୍ରଶେଖର ନାୟକ ୧୮୦ ରୁ ୧୩୬ ନମ୍ବର ରଖି ଷ୍ଟେ୍‌ଟ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ତତ୍ୱାବଧାନରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ଏହାସହିତ ଚନ୍ଦ୍ରଶେଖରଙ୍କ ଗାଇଡ ଶିକ୍ଷକ ଅଦ୍ୱୈତ୍ୟ ପ୍ରସାଦ ସାହୁଙ୍କୁ ଫୁଲତୋଡ଼ା ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବରେ ଉପସ୍ଥିତ ଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ସ୍ମିତାରାଣୀ ମହାନ୍ତି, ମମତା ମହାନ୍ତି, ନାରାୟଣ ନାୟକ, ସଚିଦାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହିବା ସହ ଛାତ୍ରଟିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଶିର୍ବାଦ ପ୍ରଦାନ କରିଥିଲେ ବୋଲି ନାରାୟଣ ଖୁଂଟିଆ ପ୍ରେବ ବିବୃତିରେ ଜଣାଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ