ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କନିଷି ତହସିଲଦାର

ବ୍ରହ୍‌ହ୍ମପୁର, (ଅନିଲ କୁମାର): କିଛି ଦିନ ପୂର୍ବରୁ କନିଷି ତହସିଲଦାରଙ୍କୁ କରୋନା ପଜିଟିଭ ହେବା ଘଟଣା ଚର୍ଚ୍ଚାରେ ଥିବା ବେଳେ ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ କୋଭିଡ଼ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି ସୂଚନା ଯୋଗ୍ୟ, କନିଷି ତହସିଲଦାରଙ୍କ କୋରନା ପୋଜିଟିଭ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବର୍ତ୍ତମାନ ସୁଦ୍ଧା କୌଣସି ସୁଧାର ଆସି ନାହିଁ । ଫଳରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ସ୍ତାନୀୟ ଟାଟା କୋଭିଡ ହସ୍ପିଟାଲ ରୁ କଟକ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଜି ତାଙ୍କୁ କୋଭିଡ ହସ୍ପିଟାଲରୁ କଟକ ଏକ ଗାଡ଼ିରେ ନିଆଯାଉଥିବା ବେଳେ ଖଲ୍ଲିକୋଟ ନିକଟରେ ଉକ୍ତ ଗାଡିଟି ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ସେ ଆହତ ହୋଇନଥିବା ବେଳେ ତାଙ୍କୁ ଅନ୍ୟ ଏକ ଗାଡ଼ିରେ କଟକ ପଠାଯାଇଛି ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ