ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ଅବସରରେ ଶପଥପାଠ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତାର ଶପଥପାଠ ବ୍ଲକ ଓସଓ୍ବାନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହା ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।ସୋମବାର ପୂର୍ବାହ୍ନ ୧୦ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓସ୍ବାନ ଯୋଗେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଗରିକ ଙ୍କ ପାଇଁ ଶପଥ ପାଠ କରାଇଥିଲେ।ଏହି ଅବସରରେ ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୁଳକ ସାଧୁତା ବଜାୟ ରଖିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା, ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା,ଉତ୍କୋଚ ନନେବା,ସମସ୍ତ ଦାୟିତ୍ୱକୁ ସାଧୁତା ଏବଂ ସ୍ବଚ୍ଛତାର ସହ ସମ୍ପାଦନ କରିବାକୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ଶପଥ ନେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଭାରତୀୟ ରିଜର୍ଭ ବାହିନୀ ଅଷ୍ଟମ ବାଟାଲିୟନ ଦୁର୍ଗପତି ବିଭୁତି ଭୁଷଣ ପରିଡା,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ୍ କୁମାର ନାୟକ,ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ କୁମାର ନାୟକ, ଏବିଡିଓ ପୁର୍ଣ୍ଣଚନ୍ଦ୍ର ବାରିକ, ତହସିଲଦାର ଉମାଶଙ୍କର ବେହେରା,ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି, ସିଡିପିଓ ଲିଳିମା କୁମାରୀ ପଣ୍ଡା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନୁଜ୍ ନାୟକ,ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ଙ୍କ ସମେତ ଭଂଜନଗର ବ୍ଲକର ଅନ୍ୟାନ୍ୟ କର୍ମଚାରୀ ଗଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ