ଦୃଷ୍ଟିବାଧିତ ମହିଳା ତୀରନ୍ଦାଜୀ ଖେଳାଳିଙ୍କ ସ୍ୱାଗତ ପାଇଁ ଭାସ୍କର୍ଯ୍ୟ କଳାରେ ବିଶ୍ୱର ସବୁଠୁ ବଡ଼ ଧନୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଭାରତ ସରକାରଙ୍କ ନିଯୁକ୍ତି ମନ୍ତ୍ରଣାଳୟ ଏବଂ ସାମାଜିକ ଅନୁଷ୍ଠାନ ‘ବୁଲସ୍‌ଆଇ’ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସରେ ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ନିଯୁକ୍ତି ମହାନିର୍ଦ୍ଦେଶାଳୟ ପରିସରରେ ଆୟୋଜିତ ହେବାକୁ ଯାଉଛି ଭାରତର ପ୍ରଥମ ଦୃଷ୍ଟିବାଧିତ ମହିଳା ତୀରନ୍ଦାଜୀ ପ୍ରତିଯୋଗିତା । ରାଜ୍ୟର ତୀରନ୍ଦାଜୀ କ୍ରୀଡ଼ା ପ୍ରତି ଦୃଷ୍ଟିବାଧିତ ମାନଙ୍କ ମନରେ ଆଗ୍ରହ ବୃଦ୍ଧି କରିବା, ପ୍ରତିଯୋଗୀମାନଙ୍କୁ ଉତ୍ସାହିତ ଓ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଭାସ୍କର୍ଯ୍ୟ କଳାରେ ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଏକ ବିଶାଳ ଧନୁ ଓ ତୀର ର ପ୍ରତିକୃତି ନିର୍ମାଣ କରାଯାଇଛି, ଯାହା ବିଶ୍ୱ ରେକର୍ଡ଼ ସୃଷ୍ଟି କରିବ ବୋଲି ଶିଳ୍ପୀମାନେ ଆଶା ପ୍ରକଟ କରିଛନ୍ତି । ନଡ଼ାରେ ନିର୍ମିତ ୧୫ ଫୁଟ ଦୈର୍ଘ୍ୟର ଏହି ଧନୁକୁ ତିଆରିଛନ୍ତି ଭାସ୍କର୍ଯ୍ୟଶିଳ୍ପୀ ବୃନ୍ଦାବନ ପଣ୍ଡା, ଆରିୟାନ୍ ସାମଲ, ସୁବ୍ରତ କୁମାର ମୁଦୁଲି । ଆଗାମୀ ଦିନରେ ତୀରନ୍ଦାଜୀ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଏହି ପରିପ୍ରେକ୍ଷୀରେ ‘ବୁଲ୍‌ସଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ଜାତୀୟ ସେବା ଯୋଜନା ଅଧିକାରୀ ଚନ୍ଦନ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ଶିଳ୍ପୀମାନଙ୍କର ଏତାଦୃଶ କଳାକୁ ଭୂୟସୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ