ପଞ୍ଚଭୂତରେ ଲୀନ ହେଲେ ଅରୁଣ ଜେଟଲୀ
ଆଜି ଦିନ ୩ଟା ୨୦ଟାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପଂଚଭୂତରେ ଲୀନ ହୋଇଛନ୍ତି ଜେଟଲି । ଦିଲ୍ଲୀ ସ୍ଥିତ ନିଗମ ବୋଧ ଘାଟରେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ୟ୍ୟଦା ସହ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ପୁଅ ରୋହନ ମୁଖାଗ୍ନୀ ଦେଇ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପାଦନ କରିଛନ୍ତି । ଏହି ସମୟରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଜେଟଲୀଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାଣୀ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ମୋଦୀ କ୍ୟାବିନେଟର ଅନ୍ୟାନ୍ୟ ସଦସ୍ୟ ତଥା ଅନେକ ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।