ପୋକ ସାଲୁବାଲୁ ଅବସ୍ଥାରେ ଅଣଓଡ଼ିଆ ବରିଷ୍ଠ ନାଗରିକ ଉଦ୍ଧାର

ସମୟ ପାଖାପାଖି ସନ୍ଧ୍ୟା ୮ଟା ହେବ । ସ୍ମାର୍ଟ ନଗରୀ ରାଜଧାନୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଫରେଷ୍ଟ ପାର୍କ ଅଞ୍ଚଳର ରାସ୍ତା କଡ଼ରେ ଥିବା ଏକ ଅନ୍ଧାରିଆ ପରିତ୍ୟକ୍ତ ଗଛମୂଳରେ ବ୍ୟକ୍ତିଜଣକ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି । ବ୍ୟକ୍ତିଜଣଙ୍କ ବୟସ ପାଖାପାଖି ୬୦ ହେବ । ଭାଷାରୁ ଜଣାପଡ଼ୁଥିଲା ଅଣଓଡ଼ିଆ । ଦେହରେ ଚିରାଫଟା ମଇଳା ପ୍ୟାଣ୍ଟ ସାର୍ଟ ସହ ଶରୀରର ବିଭିନ୍ନ ଅଙ୍ଗରେ ଅନେକ ଜିଆଇ ତାର ଖଣ୍ଡ ଖଣ୍ଡ ହୋଇ ଗୁଡ଼ା ହୋଇଥାଏ । କିଛି ଭଙ୍ଗା, ଫଟା ପ୍ଲାଷ୍ଟିକ ବେକରେ ଝୁଲିଥାଏ । ନିଶଦାଢି ବଢିଯାଇଛି । ନଖଗୁଡ଼ିକ କଳା ପଡ଼ି\ଲମ୍ବା ହୋଇଗଲାଣି । ବାମପଟ କାନଟି ପଚି ଧଳା ଧଳା ପୋକ ସାଲୁବାଲୁ ହୋଇ ·ଲୁଥାନ୍ତି । ପୋକଗୁଡ଼ିକ କାନଟିକୁ ଛିନ୍ଭିନ୍ କରି ସମ୍ପୂର୍ଣ୍ଣ ରୂପେ ଖାଇଦେଇଛନ୍ତି । ଆଖପାଖ ଅଞ୍ଚଳ ଦୁର୍ଗନ୍ଧରେ ନାକ ଫାଟିପଡୁଥାଏ । ବରିଷ୍ଠ ନାଗରିକଙ୍କ ଏଭଳି ମୁମୂର୍ଷ ଅବସ୍ଥା ଦେଖି ଜନୈକ ବ୍ୟକ୍ତି ଉଦ୍ଧାର ଲାଗି ମିସିଂ ଫାଉଣ୍ଡେସନ ସହ ଯୋଗାଯୋଗ କରିଥିଲେ । ସୂଚନା ପାଇ ସଙ୍ଗେ ସଙ୍ଗେ ଫାଉଣ୍ଡେସନ୍ ପକ୍ଷରୁ ସାମାଜିକ କର୍ମୀ ସୁଶାନ୍ତ ସାହୁ, ଗୋପୀମୋହନ ପଟ୍ଟନାୟକ, ପ୍ରିୟବ୍ରତ ପଣ୍ଡା, ରାଜେଶ ପୃଷ୍ଟି ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ବ୍ୟକ୍ତିଜଣଙ୍କ କାନର କ୍ଷତ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରି ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ । ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଡ଼୍ରେସିଂ କରାଯାଇ ଔଷଧ ଯୋଗାଇ ଦିଆଯାଇଥିଲା । ସୂଚନାଯୋଗ୍ୟ ବ୍ୟକ୍ତିଜଣକ ୧୦/୧୨ଦିନ ତଳେ ଖୋର୍ଦ୍ଧା ହସ୍ପିଟାଲରୁ ରେଫର୍ ହୋଇ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ଚିକିତ୍ସାର କେଇଘଣ୍ଟା ମଧ୍ୟରେ ସେ ହସ୍ପିଟାଲରୁ ·ଲିଯାଇଥିଲେ । ପୁଣି କିଛି ଦିନ ବ୍ୟବଧାନରେ କିଛି ସ୍ୱେଚ୍ଛାସେବୀ ରାସ୍ତାକଡ଼ରୁ ଉଦ୍ଧାର କରି ପୁଣି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହିପରି ପାଖାପାଖି ୪/୫ଥର ହସ୍ପିଟାଲକୁ କେହି ନା କେହି ଚିକିତ୍ସା ଲାଗି ନେଇ ଆସୁଥିଲେ । ବ୍ୟକ୍ତିଜଣଙ୍କ ମାନସିକ ଅନଗ୍ରସର ଥିବାରୁ ସେ\ ହସ୍ପିଟାଲରେ ରହୁନଥିଲେ । କ୍ୟାପିଟାଲ ହସ୍ପିଟଲରେ ମାନସିକ ବିଭାଗର ନାଁ ୱାର୍ଡ଼ ଅଛି ନା ବ୍ୟକ୍ତିଙ୍କୁ ଦେଖାଶୁଣା କରିବାକୁ କେହି ତାଙ୍କର ସମ୍ପର୍କୀୟ ଅଛନ୍ତି । ବ୍ୟକ୍ତିଜଣକ ସ୍ଥାୟୀ ଚିକିତ୍ସା ଓ ଥଇଥାନ ଆବଶ୍ୟକ ଥିବାରୁ ରାଜ୍ୟରେ ସର୍ବପ୍ରଥମେ ଗଙ୍ଗପଡ଼ାଠାରେ ଗଢା ହୋଇଥିବା ମାନସିକ ଅସହାୟ ପୁରୁଷ ରୋଗୀମାନଙ୍କ ପାଇଁ ଚିକିତ୍ସା ଓ ଥଇଥାନ କେନ୍ଦ୍ର ମିଶନ ଆଶାଲୋକ ସହ ଶ୍ରୀ ସାହୁ ଯୋଗାଯୋଗ କରିଥିଲେ । ତତ୍ପରେ ମଡ଼ର୍ଣ୍ଣ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ସ ହଯୋଗରେ ପିସିଆର ଭ୍ୟାନ ସହାୟତାରେ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ଦାୟିତ୍ୱରେ ଥିବା ପୋଲିସ୍ କର୍ମ·ରୀ ମିଶନ ଆଶାଲୋକରେ ପହଞ୍ôଚ ବରିଷ୍ଠ ନାଗରିକଙ୍କୁ ହସ୍ତାନ୍ତରିତ କରିଥିଲେ । ବ୍ୟକ୍ତିଜଣକ ହିନ୍ଦୀ ଭାଷାରେ କହୁଥିବାର ଜଣାପଡ଼ୁଥିଲେ ତାଙ୍କର ଘର, ଠିକଣା ଓ ପରିଚୟ ସ୍ପଷ୍ଟ ରୂପେ ଜଣା ପଡ଼ିନାହିଁ । ସାମାଜିକ କର୍ମୀମାନଙ୍କ ଏତାଦୃଶ କାର୍ଯ୍ୟକୁ ଉପସ୍ଥିତ ଜନସାଧାରଣ ପ୍ରଶଂସା କରିବା ସହ ଏଇତ ମଣିଷ ପଣିଆ କହି ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ