ବିଭିନ୍ନ ସରକାରୀ ବିଭାଗ ପାଇଁ ପ୍ରତିନିଧି ମନୋନୀତ କଲେ ସଦର ବିଧାୟକ ମାନସ କୁମାର ଦତ୍ତ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସଦର ନିର୍ବାଚନମଣ୍ଡଳୀ ପାଇଁ ପ୍ରତିନିଧି ମନୋନୀତ କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ସମବାୟ ସମିତିଙ୍କ ଜିଲ୍ଲା ନିବନ୍ଧକ (ଡିଆରସିଏସ) କାର୍ଯ୍ୟାଳୟରେ ପ୍ରତିନିଧି ଭାବେ ସଦର ବ୍ଲକ ଅନ୍ତର୍ଗତ ନଗ୍ରମ ପଂଚାୟତର ସର୍ବେଶ୍ୱର ମହାନ୍ତି ଓ ସହ ନିବନ୍ଧକଙ୍କ କାର୍ଯ୍ୟାଳୟ ପାଇଁ ବାଲେଶ୍ୱର ସହର ରାଣୀପାଟଣାର ଶ୍ରୀହରି ଶୁକ୍ଳାଙ୍କୁ ପ୍ରତିନିଧି ଭାବେ ମନୋନୀତ କରାଯାଇଛି । ସେହିପରି ଓଡିଶା କୃଷି ଶିଳ୍ପ ନିଗମ ଏବଂ ଓଡିଶା ଉଠା ଜଳସେଚନ ନିଗମରେ ବିଧାୟକଙ୍କ ପ୍ରତିନିଧିତ୍ୱ କରିବା ପାଇଁ ସଦର ବ୍ଲକ ଅନ୍ତର୍ଗତ ଓଲନ୍ଦାସାରଗାଁ ପଂଚାୟତର ପିତାମ୍ବର ଭୂୟାଁ ମନୋନୀତ ହୋଇଛନ୍ତି । ଜିଲ୍ଲା ସାଧାରଣ ଯୋଗାଣ ବିଭାଗରେ ସଦର ବ୍ଲକ ଅଧିନ କସିପଦା ପଂଚାୟତର ସୁଭେଶ ନାୟକ ବିଧାୟକଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଚୟନ ହୋଇଛନ୍ତି । ଅନୁରୂପ ଭାବେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ବିଭାଗ (ପିଏଚଇଡି)ରେ ବିଧାୟକଙ୍କ ପ୍ରତିନିଧି ଭାବେ ବାଲେଶ୍ୱର ସହରର ସହଦେବଖୁଂଟା ଅଂଚଳର ରାଜେନ୍ଦ୍ର ଚାଟାର୍ଜୀଙ୍କୁ ମନୋନୀତ କରାଯାଇଛି । ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଂଚାୟତର ଶ୍ରୀକାନ୍ତ ମହାପାତ୍ର ବାଲେଶ୍ୱର ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ ବିଧାୟକଙ୍କୁ ପ୍ରତିନିଧିତ୍ୱ କରିବେ । ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ନଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ)ରେ ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା ବିଧାୟକଙ୍କୁ ପ୍ରତିନିଧିତ୍ୱ କରିବେ । ଜିଲ୍ଲା କୃଷି ବିଭାଗରେ ସଦର ବ୍ଲକ ଅଧିନ ବୁଆଁଳ ପଂଚାୟତର ରବିନାରାୟଣ ମହାପାତ୍ର ବିଧାୟକଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି । ସେହିପରି ଜିଲ୍ଲା ମତ୍ସ୍ୟ ବିଭାଗରେ ସଦର ବ୍ଲକ ଅନ୍ତର୍ଗତ ଗୋପିନାଥପୁର ପଂଚାୟତର କାର୍ତ୍ତିକ ସାହୁ ବିଧାୟକଙ୍କୁ ପ୍ରତିନିଧିତ୍ୱ କରିବେ । ବାଲେଶ୍ୱର ସହରର ଦେୱାନପାଟଣା ଅଂଚଳର ସନ୍ତୋଷ ବାରିକ ଜିଲ୍ଲା ଶ୍ରମ ବିଭାଗରେ ବିଧାୟକଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ନିର୍ବାହ କରିବେ । ଜିଲ୍ଲା ଶିକ୍ଷା ବିଭାଗ ପାଇଁ ସଦର ବ୍ଲକ ଅଧିନ ପଂଚୁପଡା ପଂଚାୟତର ପ୍ରହଲ୍ଲାଦ ବେହେରା ଓ ସଦର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବାଲେଶ୍ୱର ସହରର ମଠସାହି ଅଂଚଳର ବିକାଶ କୁମାର ପାଢୀ ବିଧାୟକଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି । ଏ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ମନୋନୀତ ପ୍ରତିନିଧିଙ୍କ ବାବଦରେ ସୂଚିତ କରିଛନ୍ତି । ବିଧାୟକଙ୍କ ଅନୁପସ୍ଥିତିରେ ମନୋନୀତ ବ୍ୟକ୍ତିମାନେ ସମ୍‌ୃକ୍ତ ବିଭାଗର ବୈଠକରେ ଉପସ୍ଥିତ ରହିବା ସହ ବିଭାଗୀୟ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ କରିବେ । ସଦର ନିର୍ବାଚନମଣ୍ଡଳୀରେ ବିଭିନ୍ନ ବିଭାଗ ଦ୍ୱାରା ସମ୍ପାଦିତ ହେଉଥିବା ବିକାଶମୂଳକ ତଥା ଲୋକଭିମୁଖୀ ଯୋଜନା କାର୍ଯ୍ୟକାରିତାରେ ସେମାନେ ଦାୟିତ୍ୱ ନିର୍ବାହ କରିବେ । ଏହା ସହିତ ଜନସାଧାରଣଙ୍କ ସମସ୍ୟା ସମାଧାନରେ ମନୋନୀତ ପ୍ରତିନିଧିମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ବିଧାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ