ଜିଲ୍ଲା ଯୋଜନା କମିଟିର ପ୍ରାରମ୍ଭିକ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା): ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା କମିଟିର ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଠାରେ ମାନ୍ୟବର ବିଧାୟକ ସିମୁଳିଆ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ବିଧାୟକ, ସୋର ଶ୍ରୀଯୁକ୍ତ ମାଧବ ଧଡା, ମାନ୍ୟବର ବିଧାୟକ, ଭୋଗରାଇ ଶ୍ରୀଯୁକ୍ତ ଗୌତମ ବୁଦ୍ଧ ଦାସ, ମାନ୍ୟବର ବିଧାୟିକା, ବସ୍ତା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ବିଧାୟକ, ନୀଳଗିରି ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ମାନ୍ୟବର ବିଧାୟକ, ଜଳେଶ୍ୱର, ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାତ୍ର, ମାନ୍ୟବର ସଭାପତି, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ବାଲେଶ୍ୱର ଜିଲ୍ଲାପାଳ, ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ବିଭାଗର ଉଚ୍ଚ ପଦାଧିକାରୀ ମାନ ଏହି ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କରି ଜିଲ୍ଲାକୁ ସମୃଦ୍ଧିଶାଳୀ କରିବାକୁ ହେଲେ ଦଳମତ ନିର୍ବିଶେଷରେ ଏକଜୁଟ ହୋଇ ଆମ ସମସ୍ତଙ୍କୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକୁ ସଫଳ ରୂପାୟନ କରିବାକୁ ହେବ ବୋଲି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଣ୍ଡା କହିଥିଲେ । ଶେଷରେ ଉପନିର୍ଦ୍ଦେଶକ (P&S) DPMU, ବାଲେଶ୍ଵର ଧନ୍ୟବାଦ ଅର୍ପଣ କରିଥିଲେ ।


