ବୟସ ୯୫ ଟପିଲାଣି ସରକାରୀ ସହାୟତା ଦୁଇବୃଦ୍ଧାଙ୍କ ପାଇଁ ସାତ ସପନ
ଉଦଳା,(ରାଜୀବ ବେହେରା): ସରକାର ପରିବର୍ତନ ହେlଇଛି ହେଲେ ସମସ୍ୟା କାଲି ଯେମିତି ଥିଲା ଆଜି ବି ସେମିତି ରହିଛି, ପରିବର୍ତନ ହୋଇଛି ବୟସ, ହେଲେ ଧକ୍କl ଦେଇଛି ପ୍ରଶାସନ l ସାମ୍ନାକୁ ଆସିଛି ବିକଳ ନଗ୍ନ ଚିତ୍ର, ଦୁଇ ବୃଦ୍ଧ ଙ୍କ କରୁଣ କାହାଣୀ, କାହାଣୀ ନୁହଁ ଏ ହେଉଛି ବାସ୍ତବ ଚିତ୍ର , ଯେଉଁ ଦୃଶ୍ୟ ସମସ୍ତଙ୍କ ମନରେ ଆଘାତ ଦେଉଛି,ପରିଣତ ବୟସରେ ଏହି ଦୁଇ ବୃଦ୍ଧା ଦୁଃଖ କଷ୍ଟରେ ଭଗବାନଙ୍କୁ ହାତ ଟେକି ଦେଇ ଛନ୍ତି l ସ୍ତ୍ରୀ ଙ୍କ ଆଖି କୁ କିଛି ଦେଖା ଯାଉ ନଥିବା ବେଳେ ନଷ୍ଟ ହୋଇ ଯାଇଛି ଦୁଇ ଆଖି, ଆଉ ଏଥିପାଇଁ ଅପରେସନ ମଧ୍ୟ ହୋଇ ଛନ୍ତି ହେଲେ ସୁସ୍ଥ ହେଵାକୁ ଅର୍ଥ ସାଜିଛି ବାଧକ,l ପଇସା ପତ୍ର ଅଭାବରୁ ଚିକିତ୍ସା ରେ ଅବହେଳା ହୋଇଛି, ଯେଉଁଥିରେ ସେ ଭଲ ଦେଖି ପାରୁନାହାନ୍ତି l ଏପଟେ ବୃଦ୍ଧ ସ୍ଵାମୀ ଙ୍କର ବୟସ ୯୫ ବର୍ଷରୁ ଉର୍ଦ୍ଧ ହେଲାଣି ହେଲେ ସରକାରୀ ସହାୟତା ରୁ ବଞ୍ଚିତ ହୋଇ ଦିନ କାଟୁଛନ୍ତି l
ତେବେ ସ୍ତ୍ରୀର ଅବସ୍ଥାକୁ ଦେଖି ଏହି ପରିଣତ ବୟସ ରେ ଚମଧୁଡୁ ଧୁଡୁ ହେଲାଣି ହେଲେ ଆଜିବି ଦୁଇ ଜଣଙ୍କ ପାଇଁ ଏହି ବୃଦ୍ଧ ଜଣକ ରୋଷେଇ କରୁଛନ୍ତି, ଚାଲିବାକୁ ବଳ ନାହିଁ,କଥା କହିବାକୁ ଭାଷା ନାହିଁ ତଥାପି ଦୁହେଁ ସଂଘର୍ଷ କରୁଛନ୍ତି,l ଦୁଃଖ ଅନେକ ରହିଛି, ହେଲେ ସମାଧାନ ତାଙ୍କ ପାଖରେ ନାହିଁ l ପ୍ରଶାସନ କୁ ଗୁହାରି କରି କରି ନୟାନ୍ତ ହେଲେଣି, l କିଏ ହେବ ସେମାନଙ୍କୁ ସାହା ଭରସା l ଦୁଃଖ କଷ୍ଟ ର କାହାଣୀ କୁ କହିଛନ୍ତି ଏହି ବୃଦ୍ଧା ଏବଂ ଗ୍ରାମବାସୀ l ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଉଦଳା ବ୍ଲକ ଅଧୀନ ବଡ ସିଙ୍ଗାରିଆ ଆମ୍ବୋଡିହା ଗ୍ରାମରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି l
ଦର୍ଶକ ବନ୍ଧୁ ଚକ୍ରଧର ନାୟକ ବୟସ ୯୫ ବର୍ଷ ରୁ ଅଧିକ ହେଲାନି, ଆଉ ଚକ୍ରଧର ଙ୍କ ସ୍ତ୍ରୀ ସୁଲଚନା ନାୟକ ବୟସ ୮୫ ଟପିଲାଣି ହେଲେ ବୟସର ଅପରାହ୍ନ ରେ ଦୁଇ ପ୍ରାଣୀ ଅବହେଳିତ ଅବସ୍ଥା ରେ ଜିବନ ବିତୁଛି l ଯେତେବେଳେ ବୃଦ୍ଧାବସ୍ଥା ରେ ପଦାର୍ପଣ କରି ଛନ୍ତି ସେତେବେଳେ ତାଙ୍କ ନିକଟରେ ଦୁଃଖର ବଡ ବଡ଼ ପାହାଡ ଛିଡା ହୋଇଛି l ଦୁଃଖ ଏମିତି ଆସିଛି ତାର ସମାଧାନ ହୋଇ ପାରିଲା ନାହିଁ, ପୁଅଟିଏ ଥିଲା, ପରିବାର ବୋଝ କୁ ନେଇ ଦାଦନ ଖଟି ବାକୁ ବାହାର ଦେଶକୁ ଯାଇ ଥିଲା ଆଉ ଏମିତି କଣ ରୋଗ ହେଲା ଘରକୁ ଫେରି ଥିଲା ଆଉ ପୁଅଟି ଅର୍ଥ ଅଭାବରୁ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ ଶେଷରେ ସେ ମଧ୍ୟ ସବୁ ଦିନ ପାଇଁ ଆଖିବୁଜିଦେଲା, ଦର୍ଶକ ବନ୍ଧୁ ବାପା ମାଆ ଥାଉ ଥାଉ ପୁଅର ବିୟୋଗ କେତେ ହୃଦୟ ବିଦାରକ ତାହା ଆପଣ ମାନେ ଅନୁଭବ କରିପାରୁଥିବେ l ପୁଅ ଯିବା ପରେ ଆଉ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏମିତି ଦୁହିଁଙ୍କ ଜୀବନ ଦୁଃଖ କଷ୍ଟରେ ବିତୁଛି l ,ଯେଉଁ ଦୃଶ୍ୟ କୁ ଦେଖିଲେ ଆପଣ ମାନଙ୍କ ଆଖିରେ ଅlପେ ଆପେ ଲୁହ ଭରିଯିବ, ସତରେ ଶୁଣିଲେ ଯେମିତି ଲାଗୁଛି ଆଉ ସେ ଦୃଶ୍ୟ ଦେଖିଲେ ଛାତି ଫାଟିଯିବ, l ରହିବାକୁ ଘର ଖଣ୍ଡେ ନାହିଁ, ଏ ହେଉଛି ବାସ୍ତବ ଚିତ୍ର.. ବୃଦ୍ଧ ଜଣକ ଭଙ୍ଗା କାନ୍ଥ ତଳେ ଚୁଲିରେ ରୋଷେଇ କରୁଛନ୍ତି, ଆଖିକୁ ନିଦ ଆସିବା ପରି ଆଖି ବନ୍ଦ ହୋଇ ଯାଉଛି, ଦେହ ସାରା ଚମ ଧୁଡୁ ଧୁଡୁ ହୋଇ ଗଲାଣି, କଥା କହିବାରେ ଖନୀ ମାରୁଛି, ହେଲେ ପ୍ରଶାସନ ଏମାନଙ୍କ ବୟସ ଆଉ ଦୁଃଖ କୁ ଭୁଲି ଯାଇଛି l ବୟସ ୯୫ ଉପରେ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୋଟେ ସରକାରୀ ଘର ଏବଂ ସରକାରଙ୍କ ବର୍ଦ୍ଧିତ ଭତ୍ତା ପାଇବାରେ ବଞ୍ଚିତ l ଭତ୍ତା କହିଲେ ୧୦୦୦ ଟଙ୍କା ମାତ୍ର l ନିର୍ବାଚନ ସମୟ ରେ ସମସ୍ତେ ଆସୁଛନ୍ତି ହେଲେ ପ୍ରତି ଶ୍ରୁତି ପାଣିର ଗାର ହୋଇଛି l ସରକାରୀ ସହାୟତା କହିଲେ ଚାଉଳ ଗଣ୍ଡେ ଆଉ ୧୦୦୦ ଟଙ୍କା ଭତ୍ତା ବାସ ଏତିକି l ସରକାର ଗରିବ ମାନଙ୍କ ପାଇଁ ଏବଂ ବୃଦ୍ଧା ମାନଙ୍କ ପାଇଁ କେତେ କଣ ଯୋଜନା କରୁଛନ୍ତି ହେଲେ ଏମାନଙ୍କ ପାଇଁ ସ୍ୱପ୍ନ ହୋଇ ଯାଇଛି l ତେବେ ଗ୍ରାମବାସୀ ମାନେ ଏହି ଦୁଇ ବୃଦ୍ଧାଙ୍କୁ ସରକାରୀ ଘର, ବର୍ଦ୍ଧିତ ଭତ୍ତା ପ୍ରଦାନ, ଏବଂ କିଛି ଆର୍ଥିକ ସହାୟତା ପାଇଁ ସରକାର ଙ୍କୁ ନିବେଦନ କରିଛନ୍ତି l ତେବେ ଆଗକୁ ଦେଖିବାକୁ ବାକି ଅଛି କେଵେ ଏହି ଦୁଇ ବୃଦ୍ଧାଙ୍କୁ ସହାୟତା ପାଇଁ ସ୍ଥାନୀୟ ପ୍ରସାଶନିକ ଅଧିକାରୀ ପହଞ୍ଚି କେଉଁ ପ୍ରକାର ସାହାଯ୍ୟ କରୁଛନ୍ତି l