ମନ୍ତ୍ରୀଙ୍କୁ ଭେଟି ରାସ୍ତା ସମସ୍ୟା ଜଣାଇଲେ ବିଧାୟକ

ହାଟଡିହି, (ବିକାଶ ବିଶ୍ୱାଳ):ଆଇନମନ୍ତ୍ରୀ ପୃଥିରାଜ ହରିଚ଼ନ୍ଦନଙ୍କ କେନ୍ଦୁଝର ଗ୍ରସ୍ଥ ଶେଷ କରି ହାଟଡିହି ଦେଇ ଫେରିବା ବାଟରେ ଆଜି ଛେନାପଦି ଛକ ଠାରେ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଓ ବିଜେଡି କର୍ମକର୍ତ୍ତା । ଆଜି ଅପରାହ୍ନରେ ଆଇନମନ୍ତ୍ରୀ ଛେନାପଦି ଛକରେ ପହଞ୍ଚିବା ପରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲାପରିଷଦ ବିମ୍ବାଧର ବିଶ୍ବାଳ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ବିଶ୍ଵନାଥ ନାୟକ, ବୀରେନ୍ଦ୍ର କୁମାର ବିଶ୍ବାଳ, ରବିନ୍ଦ୍ର ନାୟକ, ମକରଧ୍ବଜ ଓଝା, ବିଶ୍ଵନାଥ ଖଟୁଆ, ଶ୍ରୀଧର ବେହେରା, ଗୋପାଳ ନାୟକ, ରବିନ୍ଦ୍ର ପାତ୍ର, ଉଦୟନାଥ ସା, ଦିପ୍ତିରଞ୍ଜନ ଦାସ, ଆନନ୍ଦ ନାୟକ, ସମିତ୍ତିସଭ୍ୟ ଦେବେନ୍ଦ୍ର ବେହେରା, ବାବନ ସେଠୀ, ପ୍ରଦୀପ ଜେନା, ସୁବାସ ସେନାପତି, ଗଦାଧର ନାୟକଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ସହିତ ମରୈଗାଁ-ବଳିପୁର ରାସ୍ତା ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। କିପରି ତୁରନ୍ତ ଏହି ରାସ୍ତା ନିର୍ମାଣ କରାଯିବ ସେନେଇ ଆଲୋଚ଼ନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ