ମୋଟରସାଇକେଲ୍ ଦୁର୍ଘଟଣାରେ ଆହତ ଯୁବକ ମୃତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ)ଗାଙ୍ଗପୁର ଥାନା ଅନ୍ତର୍ଗତ ବାଡୁଳା ଗ୍ରାମର ସୁଶାନ୍ତ ଗୌଡ଼ ଏବଂ ସୁଶାନ୍ତଙ୍କ ଶଳା ଶ୍ରୀକାନ୍ତ ଗୌଡ଼ ଗତ ଆଠ ତାରିଖ ଦିନ ଏକ ମୋଟରସାଇକେଲ୍ ରେ ଡ଼ି.ସିଙ୍ଗିପୁର ଯାଉଥିଲେ I ଡି. ସିଙ୍ଗିପୁର ଯିବା ରାସ୍ତାରେ ତାଙ୍କ ଗାଡ଼ି ସାମନାକୁ ଏକ କୁକୁର ପଳାଇ ଆସିବାରୁ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା I ଫଳରେ ଉଭୟ ଆହତ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆସିକା ମେଡିକାଲ୍ ରେ ଭର୍ତ୍ତି କରିଥିଲେ I ସୁଶାନ୍ତର ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ତାନାନ୍ତର କରାଯାଇଥିଲା I ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତର ମୃତ୍ୟୁ ଘଟିଥିଲା I ସେଠାରେ ବଡମେଡିକାଲ ଫାଣ୍ଡି ପୋଲିସ୍ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ତାର ପରିବାରକୁ ହସ୍ତାନ୍ତର କରିଥିଲେ I ଆଜି ମୃତ ସୁଶାନ୍ତର ସ୍ତ୍ରୀ ସୁଜ୍ଞାନୀ ଗୌଡ଼ ଗାଙ୍ଗପୁର ଥାନାରେ ଏତାଲା ଦେବାପରେ ୧୬୯/୨୫ ରେ ଏକ ମାମଲା ରୁଜୁ କରି ଏଏସ୍ଆଇ ଯୁଧିଷ୍ଠିର ମାଝୀ ଘଟଣାର ତଦନ୍ତ କରୁ୍ଥିବା ଗାଙ୍ଗପୁର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ପ୍ରକାଶ କରିଛନ୍ତି I