ଶହୀଦ ସୈନିକଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବୁଗୁଡା (ଅନିଲ କୁମାର ମହାରଣା) : ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଲାଦାଖ ସୀମାରେ ଚୀନ ସୈନିକଙ୍କ ଅମାନୁଷିକ ଆକ୍ରମଣରେ ଶହୀଦ ହୋଇଥିବା ୨୦ ଜଣ ଭାରତୀୟ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏନେଇ ବାଲିପଦରରେ ଶହୀଦ ସଲାମ କାର୍ଯ୍ୟକ୍ରମ ସହ ଚୀନ ସାମଗ୍ରୀ ବର୍ଜନ କରିବାପାଇଁ ଶପଥ ପାଠ କରାଯାଇଥିଲା। ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀଙ୍କ ଆହ୍ଵାନ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବାଲିପଦର ବଣିକ ସଂଘ, ଯୁବ ସଙ୍ଗଠନ, ସାଂସ୍କୃତିକ ଅନୁଷ୍ଠାନ ଘୁମୁସରର ସ୍ବର, ପୋଲିସ ଓ ବିଭିନ୍ନ କର୍ମଚାରୀ ଏବଂ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ। ଓଡ଼ିଶାର ଦୁଇ ଶହୀଦଙ୍କ ସମେତ ଅନ୍ୟାନ୍ୟ ଶହୀଦ ମାନଙ୍କ ତୈଳଚିତ୍ର ସମ୍ମୁଖରେ ଫାଣ୍ଡି ଅଧିକାରୀ ଶ୍ରୀ ପୂଜାରୀଙ୍କ ସମେତ ଇଂଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ, କଲେଜ ଅଧ୍ୟକ୍ଷ ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ର, ଖଲି ପରିଡା, ପ୍ରଶନ କୁମାର ବିଷୋୟୀ,ଜି.ସଂଜୀବ ପାତ୍ର, ମହେନ୍ଦ୍ର ପ୍ରସାଦ ପଣ୍ଡା, ରତ୍ନାକର ମହାରଣା ପ୍ରମୁଖଙ୍କ ସମେତ ଶହ ଶହ ବ୍ୟକ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶହୀଦ ସୈନିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହିତ ସମସ୍ତ ଉପସ୍ଥିତ ଜନତା ଚୀନ ସାମଗ୍ରୀ ବ୍ୟବହାର କରିବେ ନାହିଁ ବୋଲି ଶପଥ କରିଥିଲେ। ସେହିପରି ବୁଗୁଡା ମଦନ ମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠାନର ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ଆହ୍ୱାନ କ୍ରମେ କବି ଅନନ୍ତ କର, ସମାଜସେବୀ ବଂଶୀଧର ନାୟକ, ଓକିଲ ହରପ୍ରସାଦ ଦାଶ, ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର ଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇ ଶହୀଦ ସୈନିକ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଚୀନ ଜିନିଷ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ। ମାଣିତରାରେ ମଧ୍ୟ ଶହୀଦ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ବବୁଲ ନାୟକ, ସନକ କୁମାର ବିଶ୍ବାଳ ଙ୍କ ନେତୃତ୍ୱରେ ମା ସେନାପତି ଯୁବକ ସଙ୍ଘ ପକ୍ଷରୁ ପ୍ରଜ୍ଜ୍ୱଳିତ ମହମବତୀ ଧରି ନୂଆଁ ସାହି ଛକରୁ ସ୍କୁଲ ଛକ ପର୍ଯ୍ୟନ୍ତ ନିରବ ଶୋଭାଯାତ୍ରାରେ ଆସି ଶହୀଦ ସୈନିକ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ