ଶିଳ୍ପ ର ବିକାଶ ରେ ଅଞ୍ଚଳର ବିକାଶ ନାଁ ରେ ଗର୍ଜିଲେ ଅଞ୍ଚଳବାସୀ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କମ୍ପାନୀ ଆସିଛି ଆମର ବିକାଶ ହେବ, ଅଞ୍ଚଳର ବିକାଶ ସହିତ ଲୋକଙ୍କ ସମଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ଅଞ୍ଚଳରୁ ଦାଦନ ଚାଲାଣ ବନ୍ଦ ହେବ ହେଲେ ଲୋକଙ୍କ ଏହି ସ୍ବପ୍ନ ପୂରଣ ହେଲା ନାହିଁ। କାରଣ କମ୍ପାନୀ ଆସିଲା ହେଲେ କଞ୍ଚାମାଲ ପାଇ ପାରିଲାନି ଫଳରେ ଅଞ୍ଚଳର ଯେଉଁଭଳି ବିକାଶ ହେବା କଥା ତାହା ହୋଇ ପାରିଲାନି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆଜି ରାଜ ରାସ୍ତାର ଗର୍ଜିଛନ୍ତି। ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଠାରେ ବହୂ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ ଆଲୁମିନା ସ୍ଥାପନ ହେଲା ହେଲେ କମ୍ପାନୀ କୁ ବକ୍ସାଇଟ ମିଳିଲା ନାହିଁ। ଫଳରେ ଅନ୍ୟା ସ୍ଥାନରୁ କାଞ୍ଚାମାଲ ଆଣି କମ୍ପାନୀ ଚାଲିବା ସହିତ ସ୍ଥାନୀୟ ଅଞ୍ଚଳର ଆଂଶିକ ବିକାଶ ହେଲା କୁନ୍ତୁ ଅଞ୍ଚଳବାସୀ ଦେଖିଥିବା ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଗଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ବେଦାନ୍ତ ଆଲୁମିନା କମ୍ପାନୀ କୁ ବକ୍ସାଇଟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। କଳାହାଣ୍ଡି ଓ ରାୟଗଡ଼ା ଅଞ୍ଚଳବାସୀ ଆଜି ଏକତ୍ରିତ ହୋଇ ଲାଞ୍ଜିଗଡ଼ ଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ବିଶ୍ୱନାଥପୁର ଠାରେ ପହଞ୍ଚିବା ପରେ ସେଠାରୁ ପୁଣି ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ବ୍ଲକ୍ କାର୍ଯ୍ୟଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟରେ ବିଡିଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ୍ କରିଛନ୍ତି। ଏହାସହିତ ଯଥାଶୀଘ୍ର ସରକାର କମ୍ପାନୀ କୁ ଆବଶ୍ୟକୀୟ କଞ୍ଚାମାଲ ଯୋଗାଇ ନ ଦେଳେ ଆଗମୀ ଦିନରେ ଭୟାଭହ ଆନ୍ଦୋଳନ ହେବ ବୋଲି ଚେତାବନ ଦେଇଛନ୍ତି।