ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗର ପାଠଚକ୍ର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି । ଏହି ପାଠଚକ୍ରରେ ‘ଯୋଗାଯୋଗରେ ଅପ୍ଟିକାଲ୍ ଫାଇବର’ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ପାଠଚକ୍ରରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡଃ.ଚାଇନା ପ୍ରଧାନ ଯୋଗ ଦେଇ ଉଦ୍‌ଘାଟନ କରିବା ସହିତ ଅପ୍ଟିକାଲ୍ ଫାଇବରର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ । ଆୟୋଜିତ ସଭାରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିଭୂତି ଭୂଷଣ ସ୍ୱାଇଁ ଅଧ୍ୟକ୍ଷତା କରି ବିଷୟବସ୍ତୁର ବାସ୍ତବତା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରାଧ୍ୟାପକ ଜ୍ୟୋତିପ୍ରକାଶ ଲେଙ୍କା, ଚନ୍ଦ୍ରଶେଖର ପୁହାଣ, ପ୍ରଭାତ କୁମାର ଶତପଥି, ହୃଦାନନ୍ଦ ସ୍ୱାଇଁ, ମନଲୋଭା ପ୍ରଧାନ, ତୁଷାରକାନ୍ତ ଦାସ, ସୁରେଶ ଚନ୍ଦ୍ର ବାରିକ, ସତ୍ୟପ୍ରକାଶ ସାମଲ, ସୁସ୍ମତ କୁମାର ଦ୍ୱିବେଦୀଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ବିଭାଗର ସମସ୍ତ ଛାତ୍ରଛାତ୍ରୀମାନେ ପାଠଚକ୍ରରେ ଅଂଶ ଗ୍ରହଣ କରିଥିବା ବେଳେ ସିଢେସ କର, ସାଇଲକ୍ଷ୍ମୀ ରାଉତ, ମାମାଶ୍ରୀ ମହାନ୍ତି, ଶ୍ରେୟା ମହାରଣା ଓ ଅଭିଷେକ ନାୟକ ସନ୍ଦର୍ଭ ପାଠ କରିଥିଲେ । ବିଭାଗର କର୍ମଚାରୀ ନରେନ୍ଦ୍ର କୁମାର ସ୍ୱାଇଁ, ପ୍ରଭାତ ପଟ୍ଟନାୟକ, କାର୍ତିକ ଚନ୍ଦ୍ର ସାହୁ, ସୁଭଦ୍ରା ରାଉଳ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ