୮୦ ବର୍ଷର ବୃଦ୍ଧଙ୍କୁ ଅଧିକାରୀଙ୍କ ଅଣଦେଖା ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇ ନାହାନ୍ତି ବୃଦ୍ଧ

ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ):ରାଜ୍ୟ ସରକାର ୮୦ ବର୍ଷ ବୟସ୍କଙ୍କ ପାଇଁ ମାସିକ ଭତ୍ତା ୨ ହଜାର ବର୍ଦ୍ଧିତ ରାଶି ଘୋଷଣା କରିଥିବା ବେଳେ ସାମାଜିକ ସୁରକ୍ଷାରେ ସାମିଲ ହୋଇ ନାହାନ୍ତି ୮୦ ବର୍ଷର ବୃଦ୍ଧା।୮୦ ବର୍ଷ ବୟସରେ ବୃଦ୍ଧଙ୍କୁ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ଅଣଦେଖା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଦୀର୍ଘ ବର୍ଷ ହେଲା ପଞ୍ଚାୟତ ଓ ବ୍ଲକ ରେ ଆବେଦନ ପରେ ଭତ୍ତା ଆସାରେ ଶଯ୍ୟାଶାୟୀଙ୍କ ଉପରେ କାହାର ହେଲେ ଦୃଷ୍ଟି ପଡୁନି। ଏହିଭଳି ଏକ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକ ସରଧାପୁର ପଞ୍ଚାୟତ ତରଗାବାଲି ଗ୍ରାମର ଟକେରା ସିହିଡିଆ । ଟକେରାଙ୍କୁ ଆଧାର ଭୋଟ ପରିଚୟ ପତ୍ରରେ ୬୯ ବର୍ଷ ହୋଇଥିବା ବେଳେ ତାଙ୍କୁ ୮୦ରୁ ଉର୍ଦ୍ଧ ବୟସ ହୋଇଥିବା ଗ୍ରାମବାସୀ ଜଣାଇଛନ୍ତି। ନିଜର ମୌଳିକ ଅଧିକାର ସରକାରଙ୍କ ଭତ୍ତା ଟଙ୍କା ପାଇଁ ସରଧାପୁର ପଞ୍ଚାୟତ ଠାରୁ ଆରମ୍ଭ କରି ମୁନିଗୁଡା ବ୍ଲକ ରେ ବହୁବାର ଆବେଦନ କରିଥିବା ସତ୍ତ୍ୱେ ବ୍ଲକ କିମ୍ବା ପଞ୍ଚାୟତ ଅଧିକାରୀଙ୍କ ଦୃଷ୍ଟି ପଡି ନଥିବା ଅଭିଯୋଗ କରିଛନ୍ତି ବୃଦ୍ଧ ଟକେରା। ଟକେରାଙ୍କ ଉପରେ ସରକାରୀ ବାବୁ କିମ୍ବା ନେତା ମାନଙ୍କ ଦୃଷ୍ଟି ପଡୁଥିବାରୁ ଆଜିବି ୮୦ ବର୍ଷ ବୟସରେ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇ ପାରିନାହାନ୍ତି ବୋଲି ଜଣାଇଛନ୍ତି ଉକ୍ତ ଗ୍ରାମ ବାସୀ। ତେବେ ସରଧାପୁର ପଞ୍ଚାୟତର ପାହାଡ ତଳେ ଥିବା ଅନ୍ଧାରୀ ମୂଲକର ଅନ୍ଧାରୀ ଗ୍ରାମ ତରଗାପୁର ଗ୍ରାମର ବୃଦ୍ଧ ଟକେରାଙ୍କୁ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତିରେ ସାମିଲ କରିବା ସହ ମାସିକ ଭତ୍ତା ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ