ଅକଲାଣ୍ଡ ଓପନ୍‌ : ଏକତ୍ର ଖେଳିବେ ଓ୍ବୋଜ୍‌ନିଆକି-ସେରେନା

ନୂଆଦିଲ୍ଲୀ : ଅକଲାଣ୍ଡ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ଶେଷ ଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଛନ୍ତି ଦୁଇ ପୂର୍ବତନ ଏକ ନମ୍ବର ଖେଳାଳି କାରୋଲିନ୍‌ ଓଜ୍‌ନିଆକି ଏବଂ ସେରେନା ଓ୍ବିଲିୟମ୍ସ । କ୍ୟାରିୟରର ଅନ୍ତିମ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଓ୍ବୋଜ୍‌ନିଆକିଙ୍କ ଘନିଷ୍ଠ ବନ୍ଧୁ ସେରେନା ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି । ୨୦୧୭ରେ ଡେଭିଡ୍‌ ଲିଙ୍କୁ ବିବାହ ପରେ ଏକ ବର୍ଷ ପାଇଁ କୋର୍ଟରୁ ଦୂରେଇ ରହିଥିବା ପୂର୍ବତନ ଏକ ନମ୍ବର ଖେଳାଳି ଓ୍ବୋଜ୍‌ନିଆକି ୨୦୧୮ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ବିଜୟୀ ହୋଇଥିଲେ । ଏହାପରେ ରୁମାଟଏଡ ଆର୍ଥାଇଟ୍ରିସ୍‌ରେ ପୀଡିତ ହେବା ସହିତ ଟେନିସ୍‌ରୁଅବସର ନେବା ନେଇ ଘୋଷଣା କରିଥିଲେ । ଅବସର ପୂର୍ବରୁ ଅକଲାଣ୍ଡ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ଯୁଗଳ ବର୍ଗରେ ସେରେନାଙ୍କ ସହିତ ଖେଳିବାକୁ ଯାଉଛନ୍ତି ଓ୍ବୋଜ୍‌ନିଆକି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ