ଅଖିଳ ଭାରତ କୃଷକ ସଭା ତରଫରୁ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ

ନୀଳଗିରି,(ୱାଏନଏସ):ଅଖିଳଭାରତ କୃଷକସଭା ନୀଳଗିରି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଏକ ୭ଦଫା ସମ୍ବଳିତ ଦାବିପତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି
ଦାବୀପତ୍ରରେ ଜନବସତିକୁ ବାଦଦେଇ ଈକୋ ସେନସିଟିଭ ଜୋନକୁ କୁଳଡିହା ଅଭୟlରଣ୍ୟ ମଧ୍ୟରେ ସୀମିତ ରଖିବା, ଅଭୟlରଣ୍ୟର ପାଦଦେଶକୁ ସୌରବାଡ଼ ବସାଇବା ପାଇଁ ମଂଜୁରହୋଇ ପଡ଼ି ରହିଥିବା ଅର୍ଥରାଶିରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା, ହାତୀ କରିଡ଼ର ନାମରେ ପାଖ ଅଞ୍ଚଳର ବିକାଶ ମୂଳକ ଯୋଜନାକୁ ବାଧା ସୃଷ୍ଟି କରାନଯିବା,ଗତ ୨୦୨୩ ଆର୍ଥିକ ବର୍ଷରେ ମରୁଡି ଭାବେ ଘୋଷଣା ହୋଇଥିବା ପଞ୍ଚାୟତମାନଙ୍କରେ ତୁରନ୍ତ ଇନ୍ସୁରାନ୍ସ ଇନପୁଟ ସବସିଡି ଯୋଗାଇ ଦେବା , ୩୨କୋଟି ଟଙ୍କା ବ୍ୟୟରେ ନୀଳଗିରି, ବଉଲଗଡିଆ ରାସ୍ତା ପାଇଁ ଗଛ କାଟିବା ସହିତ ତୁରନ୍ତ ରାସ୍ତା ନିର୍ମାଣ କରିବା ଆଦି ମୁଖ୍ୟଦାବୀ କରାଯାଇ ଦାବୀପତ୍ର ପ୍ରଦାନ କରାଯାଇଛି l ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଖିଳ ଭାରତ କୃଷକ ସଭାର ନୀଳଗିରି ଜୋନ ସମ୍ପାଦକ ନିହାର ରଞ୍ଜନ ଜେନାଙ୍କ ନେତୃତ୍ୱରେ ପୂର୍ବାହ୍ନ ୧୧ଘଟିକା ସମୟରେ ବାଇପାସ୍ ଛକଠାରୁ ଶହଶହ କ୍ଷତିଗ୍ରସ୍ତ ଚାଷୀ, ଜନତା, କର୍ମୀ ଶୋଭାଯାତ୍ରାରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏକ ବିକ୍ଷୋଭସଭା ଅନୁଷ୍ଠିତ ହୋଇଥିବା ବେଳେ କୃଷକ ସଭାର ସଭାପତି ପ୍ରଭାକର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ତଥା କେନ୍ଦ୍ର କୃଷକସଂଘ ଉପସଭାପତି ଆଶିଷ କାନୁନଗୋ, ବାଲେଶ୍ୱର ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ଜୋନ ସମ୍ପାଦକ ବିଜୟ କୁମାର ସ, ଜିଲ୍ଲା ସହସମ୍ପାଦକ ଅନାମ ପ୍ରସାଦ ବାରିକ, ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ଦାସ, ନାରୀନେତ୍ରୀ ଗାୟତ୍ରୀ ପଣ୍ଡା, ମହିଳାନେତ୍ରୀ ମଞ୍ଜୁଲତା ବେହେରା, ଆଦିବାସୀ ନେତା ଜଗନ୍ନାଥ ଟୁଡୁ, ମନୋଜ ସିଂ, ଦେବlଙ୍ଗ ମାରାଣ୍ଡି ପ୍ରମୁଖ ନେତୃତ୍ୱ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ