ଅଗଷ୍ଟ୬ରେ ୟୁନିୟନର କର୍ମକର୍ତ୍ତା ଏବଂ ବିଭାଗୀୟ ସଚିବଙ୍କ ଦ୍ୱିପାକ୍ଷିକ ଆଲୋଚନା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ମତ୍ସ୍ୟଜିବୀ ମାନଙ୍କୁ ବିଭିନ୍ନ ଆନୁଷାଙ୍ଗିକ ସୁବିଧା ସଂପର୍କରେ ଆଲୋଚନା କରିବା ନିମନ୍ତେ ଅଗଷ୍ଟ ୬ତାରିଖ ଦିନ ଭୂବନେଶ୍ୱର ସ୍ଥିତ ରାଜ୍ୟ ସଚିବାଳୟରେ ଏକ ଦ୍ୱିପାକ୍ଷୀକ ବୈଠକ କରି ବିଭିନ୍ନ ଦାବୀ ସଂକ୍ରାନ୍ତରେ ଆଲୋଚନା କରାଯିବ । ଏଥି ନିମନ୍ତେ ଓଡିଶା ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗର ମୁଖ୍ୟ ସଚିବଙ୍କ ଚିଠିନଂ ଅନୁସାରେ ଓଡିଶା ପାରମ୍ପାରିକ ମତ୍ସ୍ୟକର୍ମୀ ୟୁନିୟନର ସଭାପତି ପ୍ରସନ୍ନ କୁମାର ବେହେରାଙ୍କ ନିକଟଙ୍କୁ ଆସିଛି । ୟୁନିୟନର ଏକ ପ୍ରତିନିଧୀ ଦଳ ଭୂବନେଶ୍ୱର ଯାଇ ଏସଂପର୍କରେ ଆଲୋଚନା କରିବେ ବୋଲି ଏକ ପ୍ରେସ ବିବୃତି ୟୁନିୟନ ର ସାଧାରଣ କେ.ଏଲେୟା ଜଣାଇଛନ୍ତି । ୟୁନିୟନ ପକ୍ଷରୁ ପୂର୍ବରୁ ସଂଚୟ ତଥା ସାହାର୍ଯ୍ୟ ଯୋଜନା ୨୦୧୬-୧୭ ବକେୟା ଥିବା ଅର୍ଥ ହିତାଧିକାରୀ ମାନଙ୍କୁ ଅତିଶୀଘ୍ର ପ୍ରଦାନ କରିବା, ପ୍ରଳୟଙ୍କାରୀ ଫନି ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ କୁ ସମ୍ମୁଖୀନ ହୋଇ ମତ୍ସ୍ୟଜିବୀ ମାନଙ୍କ ଡଙ୍ଗା ଓ ଜାଲ ନଷ୍ଟ ହୋଇଥିବାରୁ ମତ୍ସ୍ୟଜିବୀ ମାନେ ସେଥିପାଇଁ ଋଣ ଆଣିଥିଲେ । ସମସ୍ତ ଋଣ ଛାଡ କରିବାକୁ ଦାବୀ କରାଯାଇଛି । ମତ୍ସ୍ୟ ଜିବୀ ମାନେ ବ୍ୟବହାର କରୁଥିବା ଡଙ୍ଗା, ଜାଲ ଓ ଇଂଜିନର ବୀମା କରିବା ନିମନ୍ତେ ଦାବୀ କରାଯାଇଛି । ମହିଳା ମାନଙ୍କ ମାଛ ମାର୍କେଟକୁ ଆଧୁନିକି କରଣ କରିବା ସହ ଯେଉଁ ସ୍ଥାନରେ ପୁରଣା ମାଛ ମାର୍କେଟ ଅଛି ଉକ୍ତ ମାର୍କେଟ କୁ ପୁନଃଉଦ୍ଧାର କରି ସେଠାରେ ଗୋଦାମ , ବିଶ୍ରାମାଗାର, ସୂଲଭ ଶୈାଚାଳୟ ତିଆରି କରିବା ପାଇଁ ଦାବୀ କରାଯାଇଛି । ଏହାସମେତ ୧୧ଦାଫା ଦାବୀ ଗୁଡିକ ମତ୍ସଜିବୀଙ୍କ ସ୍ୱାର୍ଥ ନିମନ୍ତେ ସମାଧାନ କରିବାକୁ ଦାବି କରାଯାଇଥିଲ।। ଏ ସମ୍ବନ୍ଧରେ ଆସନ୍ତା ୬ତାରିଖ ଦିନ ଆଲୋଚନା କରାଯାଇ ଆଶୁ ସମାଧାନ ହୋଇପାରିବ ବୋଲି ୟୁନିୟନ କର୍ମକର୍ତ୍ତା ମାନେ ଆଶା ରଖିଛନ୍ତି ।


