ଅଗ୍ନିକାଣ୍ଡରେ ଜିନିଷପତ୍ର ପୋଡ଼ି ପାଉଁଶ

ପୋଲସରା, (ଅନିଲ କୁମାର ମହାରଣା):ଗଂଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ପୁରୁଷୋତ୍ତମ ମହାରଣା ଙ୍କ ବଢ଼େଇ ସାଳ ରେ ଶନିବାର ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର, ମେସିନାରୀ ସାମଗ୍ରୀ ସହ ବିବାହ ଲାଗି ନିର୍ମାଣ ଧୀନ ଥିବା ଜିନିଷ ଆଦି ପୋଡି ନଷ୍ଟ ହୋଇଥିବା ସହ ଏକ ଗାଈ ମଧ୍ୟ ପୋଡି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗତକାଲି ପୁରୁଷୋତ୍ତମ ମହାରଣା ରାତ୍ର ୧୧ ଟା ସମୟରେ ବସ ଯୋଗେ ଭୂବନେଶ୍ୱର ଚାଲି ଯାଇଥିଲେ। ସେ ଯିବାର କିଛି ଘଣ୍ଟା ପରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଥିବା ଜଣାପଡିଛି । ଖବରପାଇ ପୋଲସରା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ। କିନ୍ତୁ ଅଗ୍ନିକାଣ୍ଡ ରେ ପୁରୁଷୋତ୍ତମ ମହାରଣାଙ୍କ ସମସ୍ତ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି।କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ