ଲୋକାର୍ପିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର “କରୋନା ପୁଣି ଫେରୁଛି”

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ଶୈବପୀଠ ବୁଦ୍ଧଖୋଲ ପାଦଦେଶରେ ଥିବା ପାନ୍ଥନିବାସ ରେ,କରୋନା ସଚେତନତା ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର ଚଳଚ୍ଚିତ୍ର “କରୋନା ପୁଣି ଫେରୁଛି” କୁ ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଲୋକାର୍ପିତ କରିଛନ୍ତି । ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଗବେଷକ ଡ଼କ୍ଟର ବ୍ରଜ କିଶୋର ପାଢ଼ୀ, କବି ଅନନ୍ତ କର, ଅରୋଇନ ର ଚେୟାରମେନ ଅନ୍ନଦା ପ୍ରସାଦ ପାଢ଼ୀ ଓ ଅରୋଇନଫୋ ର ସିଇଓ ଦ୍ଵାରିକା ତ୍ରିପାଠୀ ଯୋଗଦେଇଥିଲେ । ଏସ.ପି. କ୍ରିଏସନ ବ୍ୟାନର ରେ ନିର୍ମିତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ର କାହାଣୀ କୁକୁଡାଖଣ୍ଡି ବ୍ଳକର ବିଡ଼ିଓ ଗଦାଧର ପାତ୍ର ଲେଖିଥିବା ବେଳେ ଏହାର ପ୍ରଯୋଜନା ଦାଇତ୍ୱ ବହନ କରିଥିଲେ ପ୍ରଭାସିନୀ ଅଧିକାରୀ। ସଚେତନତା ବାର୍ତ୍ତା ବହନ କରୁଥିବା ଏହି କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ଗଂଜାମ ଜିଲ୍ଲାର ବୁଗୁଡା ମାଟିର ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସ୍ଥିତଧୀ ରଥ ବହନ କରି ସୃଜନାତ୍ମକ କରିସ୍ମା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଚିତ୍ର ଗ୍ରହଣ ଦାୟିତ୍ୱରେ ବସନ୍ତ ମହାରଣା, ସମ୍ପାଦନାରେ ବାପି ମହାରଣା ଓ ସୃଜନାତ୍ମକ ନିର୍ଦେଶକ ଭାବରେ ମଧୁସୂଦନ ମିଶ୍ର ନିଜର ଗୁରୁ ଦାୟିତ୍ୱ ତୁଲାଇଛନ୍ତି। ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଗଦାଧର ପାତ୍ର, ମଧୁସୂଦନ ମିଶ୍ର, ବାବୁଲି ପଟ୍ଟନାୟକ, ସୁରେନ୍ଦ୍ର ପ୍ରଧାନ ଓ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ନିଜ ନିଜ ଅଭିନୟ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଏହି ଚଳଚ୍ଚିତ୍ର ଟି ଅମାନିଆ ଲୋକଙ୍କ ଭିତରେ ସଚେତନତା ର ବାର୍ତ୍ତା ବାଣ୍ଟିବ ବୋଲି ଏହାର ଉପଦେଷ୍ଟା ସୁସ୍ମିତା ପାତ୍ର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ପାତ୍ରଙ୍କ ତରଫରୁ ସମସ୍ତ ଉପସ୍ଥିତ ଦର୍ଶକଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା । ଏହି ଚଳଚ୍ଚିତ୍ର ଟିକୁ ଜ୍ଞାନଜ୍ୟୋତି ପ୍ରଡକ୍ସନ ର ୟୁ ଟ୍ୟୁବ ଚ୍ୟାନେଲ ରେ ସମସ୍ତେ ଦେଖିବାକୁ ପ୍ରଯୋଜିକା ପ୍ରଭାସିନୀ ଅଧିକାରୀ ଅନୁରୋଧ କରିଚନ୍ତୁ । କାର୍ଯ୍ୟକ୍ରମକୁ ବୈଷ୍ଣବ ଦାସ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ