ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ନାଉଗାଁ ଶାଖାର ସଭାପତି ନବକିଶୋର ମହାନ୍ତି ଓ ସଂପାଦକ ସୁବାସ ସ୍ୱାଇଁଙ୍କ ନେତୃତ୍ୱରେ ବିଦ୍ୟୁତ ସମସ୍ୟା ନେଇ ସେକ୍ସନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ୭ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ଗୁଡିକ ମଧ୍ୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ବନ୍ଦ କରିବା , ଉପଭୋକ୍ତାମାନଙ୍କ ଫୋନ ରିସିଭ କରିବା, ଟୋଲ ଫ୍ରୀ ନମ୍ବର ସରଳ କରିବା, ଭଙ୍ଗା ଖୁଂଟ, ଦଦରା ତାର ଦୁର୍ବଳ ଶଙ୍ଖ ବଦଳରେ ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରିବା, ଅସମାହିତ ବିଦ୍ୟୁତ ବିଲ ଗୁଡିକ ସମାଧାନ ପାଇଁ ମାସର ନିର୍ଦ୍ଦିଷ୍ଟ ତାରିଖରେ କ୍ୟାମ୍ପ କୋର୍ଟର ଆୟୋଜନ କରିବା, ଜଗତସିଂହପୁର କଂଟାପଡା ଗ୍ରୀଡ ଠାରୁ ନାଉଗାଁ ଗ୍ରୀଡ ପର୍ଯ୍ୟନ୍ତ ୩୩ କେଭି ଲାଇନକୁ ଉନ୍ନତମାନର ଯନ୍ତ୍ରାଂଶ ବ୍ୟବହାର କରିବା ଆଦି ବିଷୟରେ ଆଲୋଚନା କରାଯିବା ସହ ଦାବିପତ୍ର ଲିଡ ମ୍ୟାନେଜର ଦୀପକ ଭୂଇଙ୍କୁ ପ୍ରଦାନ କରାଯାଇଥିଲା । ଯଥା ଶୀଘ୍ରଏକ ୫ ଜଣିଆ କମିଟି ଗଠନ କରାଯାଇ ବିଦ୍ୟୁତ ଉପଭୋକ୍ତା ମାନଙ୍କର ଥିବା ସମସ୍ୟା ବିଷୟରେ ଆଲୋଚନା କରାଯିବାର ପ୍ରତିଶୃତି ଦେବା ପରେ ଘେରାଉ ସ୍ଥଗିତ ରଖାଯାଇଥିଲା । ଉକ୍ତ ଦାବିପତ୍ରକୁ ସଂଘ ପକ୍ଷରୁ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘ ପକ୍ଷରୁ ବଂଶୀଧର ବେହେରା, ଅଶୋକ ସ୍ୱାଇଁ, ବସନ୍ତ ମଲିକ, କୈଳାସ ପରିଡା, ମହେଶ୍ୱର ଦାସ, ଅରକ୍ଷିତ ସେଠୀ, ପ୍ରଫୁଲ୍ଲ କୁମାର ପରିଡା ଆଦି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ