ଅଜଣା ଗାଡି ଧକ୍କାରେ ଡାକ କର୍ମଚାରୀ ଗୁରୁତର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତ୍ରର୍ଗତ ରାଇରଙ୍ଗପୁର-ବିଶୋଇ ରାଜ୍ୟ ରାଜପଥ ଜାମିରିଡିହା ଆଦର୍ଶ ବିଦ୍ୟାଳୟ ପାଖରେ ନୂଆଗାଁ କେଶମ ଗ୍ରାମର ଡାକ କର୍ମଚାରୀ ସୁଜିତ ଓରାମ (୨୩)ଶୁକ୍ରବାର ସନ୍ଧ୍ୟଓ ୬ ଘଟିକାରେ ବାଇକରେ ଯାଉଥିବାବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଦୃତ ଗତିରେ ଖସି ପଳାଇ ଯାଇଥିଲା । ରାସ୍ତାରେ ସେ ଛଟପଟ ହୋଇ ପଡିଥିବାବେଳେ କେହି ଭଦ୍ରବ୍ୟକ୍ତି ୧୦୮ ଆମ୍ବୁଲାନ୍ସକୁ ଖବର ଦେବାରୁ ୧୦୮ ଆମ୍ବୁଲାନ୍ସ ତାଙ୍କୁ ଉଦ୍ଧାର କରି ବିଶୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ । ପରେ ପରିସ୍ଥିତି ଗୁରୁତର‌ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ