ଅଟଳ ଭୂ-ଜଳ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଭୂ-ଜଳ ଯୋଜନା (ଅଟଳ ଜଳ)ର କାର୍ଯ୍ୟାନ୍ୱୟନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହି ଯୋଜନା ପାଇଁ ମୋଟ ୬ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହା ୨୦୨୦-୨୧ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଲାଗୁ ହେବ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ୭ଟି ରାଜ୍ୟ- ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ଉତର ପ୍ରଦେଶର ପ୍ରାଥମିକତା ଆଧାରରେ ଚିହ୍ନଟ କ୍ଷେତ୍ରରେ ଗୋଷ୍ଠୀ ଭାଗିଦାରୀ ମାଧ୍ୟମରେ ଭୂ-ଜଳ ପରିଚାଳନାରେ ସୁଧାର ଆଣିବା । ଏହି ଯୋଜନାର କାର୍ଯ୍ୟାନ୍ୱୟନ ଫଳରେ ଏସବୁ ରାଜ୍ୟର ୭୮ଟି ଜିଲ୍ଲାରେ ପାଖାପାଖି ୮୩୫୦ ଗ୍ରାମ ପଂଚାୟତକୁ ଲାଭ ମିଳିବ । ଅଟଳ ଜଳ ଗ୍ରାମ ପଂଚାୟତ ନେତୃତ୍ୱରେ ଭୂତଳ ଜଳ ପରିଚାଳନାକୁ ପ୍ରାଥମିକତା ଦେବା ସହିତ ବ୍ୟବହାର ପରିବର୍ତନକୁ ପ୍ରୋତ୍ସାହନ ଦେବ । ୬ ହଜାର କୋଟି ଟଙ୍କାର ମୋଟ ବ୍ୟୟ ଅଟକଳର ୫୦ ପ୍ରତିଶତ ବିଶ୍ୱ ବ୍ୟାଙ୍କ ଋଣ ଆକାରରେ ସଂଗ୍ରହ କରାଯିବ ଯାହାକୁ କେନ୍ଦ୍ର ସରକାର ଭରଣା କରିବେ । ବାକି ୫୦ ପ୍ରତିଶତ ନିୟମିତ ବଜେଟ ସହାୟତାରୁ କେନ୍ଦ୍ରୀୟ ଅନୁଦାନ ଭାବେ ଉପଲବ୍ଧ କରାଯିବ । ବିଶ୍ୱ ବ୍ୟାଙ୍କର ସମ୍ପୂର୍ଣ୍ଣ ଋଣ ଉପାଦାନ ଏବଂ କେନ୍ଦ୍ରୀୟ ସହାୟତା ରାଜ୍ୟଗୁଡ଼ିକୁ ଅନୁଦାନ ଆକାରରେ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ