ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାନେ ଜିଲ୍ଲାର ବିକାଶ ଏକ ମାତ୍ର ସାଧନ : ଜିଳ୍ଲାପାଳ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଯେଉଁ ଅଂଚଳରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଧିକ ସଂଖ୍ୟାରେ ରହିଛି ସେହି ଅଂଚଳ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବା ସହିତ ଶିଳ୍ପ ର ଅଗ୍ରଗତି ଦିଗରେ ସୁ୍‌ଦୁର ପ୍ରସାରି ସୁଯୋଗ ଗଢି ଉଠିଛି । ଗଞ୍ଜାମ ଜିଲ୍ଲାରେ ଅନେକ କୁଶଳୀ ଯୁବକ ରହିଛନ୍ତି । କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଦିଗରେ ଜିଲ୍ଲାରେ ଅନେକ ଗୁଡିଏ ସାଧନ ଭରି ରହିଛି । ଏହାର ସଦୂପଯୋଗ ହୋଇପାରିଲେ ଜିଲ୍ଲାର ବିକାଶ ସମ୍ଭବ ହୋଇପାରିବ । ଏ ଦିଗରେ ବୃହତ୍ତ ଶିଳ୍ପ ସହିତ ଅଣୁ , କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ଶିଳ୍ପ ପତିଗଣ ଆଗଭର ହେବା ଆବଶ୍ୟକ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି । ମଙ୍ଗଳବାର ତାମ୍ପରା ଠାରେ ଅନୁଷ୍ଠିତ ସ୍ଥାନୀୟ ଦକ୍ଷତା ଯୁବକ ମାନଙ୍କୁ କର୍ମ ନିୟୋଜିତ କରିବା ପାଇଁ ଏହା ବିସ୍ତୃତ ବିକାଶ ଦିଗରେ ଏକ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ଏକ ସମନ୍ୱୟ ଶିଳ୍ପ/ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ସମ୍ବେଦନ ଶୀଳ କର୍ମଶାଳା ରେ ମୁଖ୍ୟ ଅତିଥୀ ରୂପେ ଉପସ୍ଥିତ ରହି ଜଣାଇଛନ୍ତି । କର୍ମଶାଳାଟିକୁ ଉଦଘାଟନ କରି ଜଣାଇଥିଲେ ଯେ,ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ । ଜିଲ୍ଲାର ବିକାଶ ନିମନ୍ତେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ହିଁ ଏକ ମାତ୍ର ସାଧନ । ଜିଲ୍ଲାର ଅଧିକାଂଶ ଲୋକେ କୃଷି ଉପରେ ନିର୍ଭର କରନ୍ତି । କୃଷିକୁ ଜୀବନ ଜିବିକା ଦିଗରେ ପରିବର୍ତ୍ତନ କରିବା ନେଇ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଛତୁ ଚାଷ ସକାଶେ ଜିଲ୍ଲା ଛତୁ ହବ୍ ହୋଇପାରିବ । ସମସ୍ତେ ପାରମ୍ପରିକ ଚାଷକାର୍ଯ୍ୟ କରୁଛନ୍ତି, ବୈଷୟିକ ଶିକ୍ଷା ପଦ୍ଧତି ରେ ତାହାର ଅନେକ କିଛି ପରିବର୍ତ୍ତନ ହୋଇପାରିବ । ଜିଲ୍ଲାରେ ଫୁଡ୍ ପ୍ରୋସେସିଙ୍ଗ ଦ୍ୱାରା ଅନେକ କିଛି କରିହେବ । ହବ୍ ହେଲେ ଚାଷି ସିଧାସଳଖ ଲାଭ ପାଇବେ । ବ୍ରହ୍ମପୁର ସହରର ରେଶମ ଶିଳ୍ପ ସାରା ବିଶ୍ୱ ପ୍ରସିଦ୍ଧ, ଏହାର ବିକ୍ରିବଟା ଦିଗରେ ଉତ୍ତମ ବଜାରର ଚାହିଦା ଆବଶ୍ୟକ । ଏହି ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗପତିଗଣ ସେମାନଙ୍କ ଅଭିମୁଖ୍ୟ ପ୍ରସ୍ତୁତ କରନ୍ତୁ । ତଳ ସ୍ତରରୁ ଚେଷ୍ଠା କଲେ ନିଶ୍ଚିତ ରୂପେ ଶିଳ୍ପ ପ୍ରତିଷ୍ଠା ସହିତ ଶିଳ୍ପର ବିକାଶ ହୋଇପାରିବ । ଯୁବବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ପଥ ପରିସ୍କାର ହେବ । ଏଣୁ ପରାମର୍ଶ ଦିଅନ୍ତୁ ଯେଉଁଠି ଯାହା ସହାୟତା ଆବଶ୍ୟକତା ରହିଛି ତାହା ପ୍ରଶାସନ ତରଫରୁ ଯୋଗାଇ ଦିଆଯିବ । ଜମି ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ଦିଗରେ ସମସ୍ତ ପ୍ରକାର ସହଯୋଗ କରାଯିବ । ଅନୁଷ୍ଠିତ କର୍ମଶାଳାର ଫଳାଫଳ ଯେମିତି ଆସନ୍ତା ବର୍ଷ ସୁଦ୍ଧା ପ୍ରତିଫଳିତ ହେବ ସେ ଦିଗରେ ତତ୍ପରତା ପ୍ରକାଶ କରିବାକୁ ଜିଲ୍ଲାପାଳ ଜଣାଇଥିଲେ । କର୍ମଶାଳାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କିତ୍ତିୱାସନ୍ ଭି ମଂଚାସିନ ଥିବା ବେଳେ ଆଇଆରଇ,ଟାଟା (ଏସ୍ ଇ ଜେଡ୍‌), ଗ୍ରାସୀମ , ପାରାଦ୍ୱୀପ ପୋର୍ଟ, କେକେଆର ଆକ୍ୟୁଆଟିକ୍ସ ସମସ୍ତ ଏମଏସଏମଇ , ଆଇଟିଆଇ ଗୁଡିକର ଅଧ୍ୟକ୍ଷ ଓ ବହୁ ଶିଳ୍ପ ଉଦ୍ୟୋକ୍ତାଗଣ ଅଂଶ ଗ୍ରହଣ କରିଥିଲେ । କର୍ମ ନିୟୋଜନ ସଂସ୍ଥା ର ଆଂଚଳିକ ସହକାରି ନର୍ଦ୍ଦେଶକ ଭ୍ରମଣ ମୁର୍ତ୍ତି ଖିଲାଣା କର୍ମଶାଳାଟିକୁ ପରିଚାଳନା କରିଥିବା ବେଳେ ବୈଶୟିକ ଶିକ୍ଷା ନିର୍ଦ୍ଦଶାଳୟର ଯୁଗ୍ମ ନିର୍ଦ୍ଦେଶକ ବିଷ୍ଣୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ