ଅନଲକ୍‌-୧ର ୨ୟ ପର୍ଯ୍ୟାୟ ସଟ୍‌ଡ଼ାଉନର ପ୍ରଥମ ଦିବସ ନିୟମ ମାନିଲେ ହିଞ୍ଜିଳିବାସୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ହାତକୁ ନିଆଯାଇଛି । ଜୁନ ମାସରେ ପ୍ରତି ସପ୍ତାହରେ ଶେଷ ଦୁଇ ଦିନ ଶନିବାର ଓ ରବିବାରକୁ ସଡଟ୍‌ଡ଼ାଉନ ଘୋଷଣା କରାଯାଇଛି । ସେହିକ୍ରମରେ ଅନଲକ୍‌-୧ର ୨ୟ ପର୍ଯ୍ୟାୟ ସଟ୍‌ଡ଼ାଉନର ପ୍ରଥମ ଦିବସ ଶନିବାର ସ୍ଥାନୀୟ ସହରରେ ଏହାର ପ୍ରଭାବ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ଗ୍ରାମାଂଚଳ ଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ରହିଥିବା ଦେଖିବାକୁ ମିଳିଥିଲା । ସମସ୍ତ ଦୋକାନ ବଜାର, ମାର୍କେଟ କମ୍ପେ୍ଳକ୍ସ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଧ ରହିଥିବାର ଦେଖିବାକୁ ମିଳିଥିଲା । ଜରୁରୀ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ବର୍ଗର ଲୋକେ ଘର ଭିତରେ ରହିଥିଲେ । ୨ୟ ପର୍ଯ୍ୟାୟ ସଟ୍‌ଡ଼ାଉନର ପ୍ରଥମ ଦିବସ ଶନିବାର ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ଗ୍ରାମାଂଚଳ ଗୁଡ଼ିକର ରାସ୍ତାଘାଟ ଶୁନଶାନ ହୋଇ ପଡ଼ିଥିଲା । ସହରର ବ୍ୟବସାୟିକ କେନ୍ଦ୍ରସ୍ଥଳ ଲକ୍ଷ୍ମୀ ବଜାର ଓ ପରିବା ମାର୍କେଟ ସହ ଅନ୍ୟାନ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ଏପରିକି ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ଗ୍ରାମାଂଚଳର କୌଣସି ଗଳିକନ୍ଦିରେ ବି ଦୋକାନ ଖୋଲିନଥିଲା । ତେବେ ଏଥିପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଥିଲା । ରବିବାର ସକାଳୁ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ସାଇରନ ମାରି ସହରବାସୀଙ୍କୁ ସଚେତନ କରିଥିଲା । ଫଳରେ ଲୋକମାନେ ଘରୁ ବାହରକୁ ବାହାରିବାକୁ ଇଛା ପ୍ରକାଶ କରିନଥିଲେ । ପୂର୍ବରୁ ଯେତେବେଳେ ବି ଲକଡ଼ାଉନ କିମ୍ବା ସଟ୍‌ଡ଼ାଉନ ଘୋଷଣା କରାଯାଇଛି ସେତେବେଳେ ଦିନର କିଛି ସମୟ ପାଇଁ ଅତ୍ୟାବଶ୍ୟକ ସମାଗ୍ରୀର ଦୋକାନ ବଜାର ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ଅନଲକ୍‌-୧ ସଟ୍‌ଡ଼ାଉନରେ ତାହା ଦେଖିବାକୁ ମିଳିନଥିଲା । ଶନିବାର ସଟ୍‌ଡ଼ାଉନ ସମୟରେ କିଛି ଘରୋଇ କ୍ଳିନିକ୍‌, ଡ଼ାକ୍ତରଖାନା, ପେଟ୍ରୋଲ ପମ୍ପ ଭଳି କେତେକ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ସେହିକ୍ରମରେ ଲୋକମାନେ ଘରୁ ବାହାରକୁ ବାହାରିଥିଲେ ମଧ୍ୟ ତାହା ଅତି ନଗଣ୍ୟ ଥିଲା । ମୋଟାମୋଟି କହିବାକୁ ଗଲେ ଅନଲକ୍‌-୧ର ୨ୟ ପର୍ଯ୍ୟାୟ ସଟ୍‌ଡ଼ାଉନର ପ୍ରଥମ ଦିବସ ଶନିବାର ସହରବାସୀ ସ୍ୱତପ୍ରବୃତ ଭାବେ ସଟଡ଼ାଉନକୁ ମାନି ଚଳିବା ସହ ପ୍ରାୟତଃ ଘରୁ କେହି ବି ବାହାରକୁ ବାହାରିନଥିଲେ । ସତେଯେପରିକି ସ୍ଥାନୀୟ ପୌରାଂଚଳ ସମେତ ଗ୍ରାମାଂଚଳ ଗୁଡ଼ିକରେ ନିରବତା ଲାଗି ରହିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ