ଅନୁଭବ ଙ୍କ କୁଶ ପୁତ୍ତଳିକା ଦାହ
କଳାହାଣ୍ଡି,(ରଜନୀକାନ୍ତ ମିଶ୍ର): ଓଲିଉଡ ର ଚର୍ଚ୍ଚିତ ଅଭିନେତା ତଥା କେନ୍ଦ୍ରାପଡା ରୁ ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ଧର୍ମପତ୍ନୀ ତଥା ଜଣାଶୁଣା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସହ ମଦନିଶା ରେ ମାତାଲ ହୋଇ ଗାଳିଗୁଳଜ କରିବା ନେଇ ବର୍ଷା କୋର୍ଟ ର ଆଶ୍ରୟ ନେଇଛନ୍ତି | ଅନ୍ୟ ପଟେ ଅନୁଭବ ମଧ୍ୟ ଦିଲ୍ଲୀ କୋର୍ଟ ରେ ବର୍ଷା ଙ୍କ ଵିରୋଧ ରେ ମାମଲା ରୁଜୁ କରିଥିବା ଜଣାପଡିଛି | ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଆଜି କଳାହାଣ୍ଡି ବିଜେପି ମହିଳା ମୋର୍ଚ୍ଚା ତରଫ ରୁ ଭବାନୀପାଟଣା ଟାଉନ ଥାନା ସମ୍ମୁଖରେ ଅନୁଭବଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବର୍ଷା ଙ୍କୁ ନ୍ୟାୟ ଓ ଅନୁଭବ ସାଂସଦ ରୁ ଇସ୍ତଫା ଦେବାକୁ ଦାବି ଓ ବିରୋଧ ପ୍ରଦର୍ଶନ କରାଯାଇଛି |