ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତାରେ ଅଖ୍ୟାତ ପଲ୍ଲୀର ଦୁଇ ଆଦିବାସୀ ବିଦ୍ୟାର୍ଥୀ ଗାଁର ଟେକ ରଖିଥିବାର ଜଣାପଡ଼ିଛି । ସୂଚନାଯୋଗ୍ୟ, ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଆଦିବାସୀ ପଲ୍ଲୀ କନ୍ଦଳେଇର ୬ଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ଏହି ଦୁଇ ଆଦିବାସୀ ବିଦ୍ୟାର୍ଥୀ ହେଉଛନ୍ତି ବର୍ଷା ମୁଣ୍ଡା ଓ ପିତର ଚାତାର । ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତାରେ ଏହି ଦୁଇ ବିଦ୍ୟାର୍ଥୀ ପ୍ରତିଯୋଗିତାରେ ଉତ୍କୃଷ୍ଟ ଚିତ୍ରକଳା ପ୍ରଦର୍ଶନ କରିଥିବାରୁ ଦୁହିଁଙ୍କୁ ମିଳିଛି ସ୍ୱର୍ଣ୍ଣପଦକ ସହ ମାନପତ୍ର । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇ ବିଦ୍ୟାର୍ଥୀଙ୍କୁ କଣ୍ଟାବାଡ଼ସ୍ଥିତ ଭଗବତୀ ଆଶ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ଛତାବର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଷ୍ଣୁପ୍ରସାଦ ଡେଙ୍ଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ରାଉତ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା ଏବଂ ପ୍ରିୟବ୍ରତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ମାନପତ୍ର ଓ ପଦକ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଅଗମ୍ୟ ଅଞ୍ଚଳରେ ରହୁଥିବା ଶିଶୁମାନଙ୍କ ମଧ୍ୟରେ ରହିଥିବା ସୃଜନଶୀଳତା ଓ ପ୍ରତିଭାର ବିକାଶ ହିଁ ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ବୋଲି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ କହିଛନ୍ତି । ଆଗାମୀ ଦିନରେ ଅଗମ୍ୟ ଆଦିବାସୀ ଇଲାକା ଗୁଡ଼ିକରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ରୂପେ ପ୍ରଚାର ଓ ପ୍ରସାର କରାଯିବାର ଲକ୍ଷ୍ୟ ରହିଛି ବୋଲି କନ୍ଦଳେଇ ଗାଁର ବିକାଶ ନେଇ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁ ପ୍ରକାଶ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ