‘ ଅନ୍ବେଷା’ ପରିସରରେ ‘ ଆମେ ଜାଣିବା, ଆମେ ଜିଣିବା’

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡ ସ୍ତରୀୟ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ସ୍ଥିତ ସହରାଞ୍ଚଳ ଶିକ୍ଷା ବିକାଶ ଯୋଜନା ‘ ଅନ୍ବେଷା’ ଆବାସିକ ପରିସରରେ ଅଭିଭାବକ ଅଂଶୀଦାର ସମ୍ମିଳନୀ ଓ’ ଆମେ ଜାଣିବା ଓ ଆମେ ଜିଣିବା’ ପ୍ରଥମ ଥର ପାଇଁ ହେଉଥିବା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଦିନ ମଧ୍ୟାହ୍ନରେ ରାଇରଙ୍ଗପୁର ବ୍ଳକ ସଂପ୍ରସାରଣ ଅଧିକାରିଣୀ ସିପ୍ରାରାଣୀ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଵାମନଘାଟୀ ସହକାରୀ ଜିଲ୍ଲା ସଂପ୍ରସାରଣ ଅଧିକାରୀ କମଳାକାନ୍ତ ସ୍ବାଇଁ , ସମ୍ମାନିତ ଅତିଥି ରାଇରଙ୍ଗପୁର ଏବିଇଓ ହେମା ମାଝୀ, ବ୍ଳକ କୃଷି ଅଧିକାରିଣୀ ଧରିତ୍ରୀ ଟୁଡୁ,ବ୍ଳକ ଉଦ୍ଯାନ ବିଭାଗ ଅଧିକାରୀ ସୁକଦେବ ଅମାତ,ବ୍ଳକ ମତ୍ସ୍ୟ ବିଭାଗ ଅଧିକାରୀଣୀ ଶ୍ରଦ୍ଧାଞ୍ଜଳି ସାହୁ,ବ୍ଳକ ପ୍ରାଣୀ ଚିକିତ୍ସକ ଡଃ ଶୁଭେନ୍ଦୁ ସାହୁ,ବନ ବିଭାଗ ଅଧିକାରୀ,ସରକାରୀ ଡାକ୍ତର, ମାଷ୍ଟର ଟ୍ରେନର କାରାନ ଟୁଡୁ,କେରଳ ପବ୍ଲିକ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ, ଲିଟିଲ୍ ଫ୍ଳାଓ୍ବାର ସ୍କୁଲର ପ୍ରଧାନ ଶିକ୍ଷକ ,ସ୍ପର୍ଶ ସ୍କୁଲର ପ୍ରଧାନ ଶିକ୍ଷକ,ଭେଙ୍କେଟେଶ୍ବର ସ୍କୁଲର ପ୍ରଧାନ ଶିକ୍ଷକ, ଏବଂ ରିଚାର୍ଡ ମିଶନ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ରାଜ୍ୟ ସରକାରଙ୍କ ଏକ ସୁନ୍ଦର ଅଭିନବ କାର୍ଯ୍ୟକ୍ରମ ଆଧାରରେ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗ ସମ୍ବନ୍ଧରେ ତଥା ସରକାରଙ୍କ ଯୋଜନା ସଂପର୍କରେ ପୁଙ୍ଖାନୁପୁଙ୍ଖ ପ୍ରାଞ୍ଜଳ ଭାବରେ ଅବଗତ କରାଇଥିଲେ ।ଜାଣିଲେ ଜାଣିବା ଉପରେ ପ୍ରାଧାନ୍ୟ ଦିଆଯାଇ ଅଭିଭାବକମାନଙ୍କର ସଚେତନ କରାଯାଇଥିଲା । ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକ/ ଶିକ୍ଷୟତ୍ରୀ,ଅଭିଭାବକ ଏବଂ ବିଦ୍ୟାର୍ଥୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଖୁଲମଖୁଲା ଅବଗତ କରାଯାଇଥିଲା । ଶିକ୍ଷା ଜିଣିବାର ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ମୁଖ୍ୟ ଅତିଥି କହିଥିଲେ ।ଅଭିଭାବକମାନେ ନିଜର ଅଧିକାର ଓ କର୍ତ୍ତବ୍ୟ ଉପରେ ଜାଣିଲେ ଜାଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥିବୃନ୍ଦ ସୂଚନା ଦେଇଥିଲେ । ଅଭିଭାବକ ମାନେ ବିଦ୍ୟାଳୟର ସହଭାଗୀ ହେଲେ ଭବିଷ୍ୟତ ବଂଶଧରଙ୍କ ମଙ୍ଗଳ ସାଧନ ହେବ ବୋଲି ମତ ଦେଇଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ,ତର୍କ ପ୍ରତିଯୋଗିତା ଓ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥି ଗଣ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟ କ୍ରମରେ ୭୮୭ ଆବାସିକ ଛାତ୍ରଛାତ୍ରୀ ସମେତ ଅଢେଇ ହଜାରରୁ ଉର୍ଦ୍ଧ୍ବ ଅଭିଭାବକ ଯୋଗ ଦେଇଥିଲେ । ସମସ୍ତଙ୍କ ପାଇଁ ଭୁରି ଭୋଜନ ବ୍ୟବସ୍ଥା କରାଯାଇଥିଲା ।ନାଚଗୀତ,ହସଖୁସି ମଜାରେ ସମଗ୍ର ଦିନଟି ‘ ଅନ୍ବେଷା’ ପରିସରରେ ଉତ୍ସବ ମୁଖର ହୋଇ ପଡ଼ିଥିଲା । ଛାତ୍ରଛାତ୍ରୀମାନେ କହୁଥିଲେ ପ୍ରତି ୩ ମାସରେ ଥରେ ଥରେ ଏଭଳି କାର୍ଯ୍ୟକ୍ରମ ହେବାପାଇଁ କହୁଥିଲେ ।ଅଭିଭାବକ ଓ ପିଲାମାନଙ୍କ ମଧ୍ୟରେ ‘ଆମେ ଜାଣିବା ଓ ଜାଣିବା ‘ କାର୍ଯ୍ୟକ୍ରମ ସେମାନଙ୍କ ଖୁବ ଛୁଇଁଛି । କାର୍ଯ୍ୟକ୍ରମକୁ ପରିଚାଳନାରେ ଛାତ୍ରୀ ନିବାସର ସୁପରିଣ୍ଟେଡେଣ୍ଟ ଶ୍ରୀମତୀ ନମିତା ଖୁଣ୍ଟିଆ, ଛାତ୍ର ନିବାସର ସୁପରିଣ୍ଟେଡେଣ୍ଟ ଶ୍ରୀ ସଦାଶିବ ମହାନ୍ତ ଏବଂ ଅନ୍ୟ ସହଯୋଗୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ