ଅପହୃତା ନାବାଳିକାକୁ ଉଦ୍ଧାର ପରେ ପରିବାରକୁ ହସ୍ତାନ୍ତର କରୁନି ଚଇଲ୍ଡ ଲାଇନ୍

ଜଗନ୍ନାଥ ପ୍ରସାଦ (ସନ୍ତୋଷ କୁମାର ଜେନା): ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବୁଡୁରୁଙ୍ଗୁ ପଞ୍ଚାୟତର ଧୋଡାପୋଲି ଗ୍ରାମ ବାସୀନ୍ଦା ସଞ୍ଜୁ ନାଇକ ସ୍ୱା- ସନିଆ ନାଇକଙ୍କ ଝିଅ ନିକିତା (ଛଦ୍ମନାମ) , ବୟସ -୧୬ ହଠାତ୍ ୩୦/୦୬/୨୦ ବିଳମ୍ବିତ ରାତ୍ରରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ପାଇ ନଥିଲେ । ଗତ ୦୩/୦୭/୨୦୨୦ ଦିନ ସମୟ ୧୦ ଘଣ୍ଟିକା ସମୟରେ ସୁଜାତା ନାଇକ ତାର ମାଁ କୁ ଫୋନ କଲ କରି ଜଣାଇ ଥିଲା କି ଉଡୁରା ଗ୍ରାମର ଅରବିନ୍ଦ ନାଇକ (ମାଉସୀ ଘର ଧୋଡାପୋଲି ) ମୋତେ ଆଣି କଲିକତାରେ ମୋ ସହ ଶାରୀରିକ ସମ୍ପର୍କ ରଖିବା ପରେ ଘରୁ ଆଣିଥିବା ୨ ଲକ୍ଷ ଟଙ୍କା ମୋଠାରୁ ଛଡାଇ କେଉଁଆଡ଼େ ଚାଲିଯାଇଛି । ସେଠାକାର ଜଣେ ମନ୍ଦିର ପୂଜକ ସହାୟତାରେ ଭୂବନେଶ୍‌ଶ୍ୱର ଆସି ଖଣ୍ଡଗିରି ଥାନାରେ ପହଂଚିଥିଲା । ଝିଅ ର ପରିବାର ବର୍ଗ ଖଣ୍ଡଗିରି ଥାନାରେ ପହଞ୍ଚିବା ପୂର୍ବରୁ ଥାନା ଅଧିକାରୀ ସୁଜାତାକୁ ଚାଇଲ୍ଡ ଲାଇନକୁ ଛାଡିଦେଇଥିଲେ । ବୃଦ୍ଧ ବାପା ମାଁ ଚାଇଲ୍ଡ ଲାଇନକୁ ବାରମ୍ବାର ଯିବା ସତ୍ୱେ ଚାଇଲ୍ଡ ଲାଇନର କର୍ମକର୍ତା ଝିଅକୁ ଛାଡି ନଥିବା ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ । ଶେଷରେ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଦୋଷୀକୁ ଦଣ୍ଡ ଦେବାପାଇଁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ