ବୁଗୁଡା: ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଦେହାନ୍ତ

ବୁଗୁଡା, (ଅନିଲ ମହାରଣା): ଗଂଜାମ ଜିଲ୍ଲାର ବୁଗୁଡା ନଗର ବିଜେପି ଯୁବ ମୋର୍ଚ୍ଚା ସଭାପତି ଶିବ ପ୍ରସାଦ ବିଷୋୟୀ(କାପୁନ)ଙ୍କ ଶନିବାର ରାତ୍ରରେ ଦେହାନ୍ତ ହୋଇଯାଇଛି। ବୁଗୁଡା ଷ୍ଟେଟବ୍ୟାଙ୍କ ନିକଟ ବ୍ରହ୍ମାନନ୍ଦ ବିଷୋୟୀଙ୍କ ୨୯ ବର୍ଷ ବୟସ୍କ ଏକମାତ୍ର ପୁତ୍ର ଶିବ ପ୍ରସାଦ କିଛିଦିନ ହେବ ଜ୍ଵରରେ ପିଡୀତ ଥିଲେ। ଗତକାଲି ରାତ୍ରରେ ଭିଷଣ ଭାବେ ଜ୍ୱର ହେବା ଯୋଗୁଁ ଶିବ ପ୍ରସାଦଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲେବି ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଶିବ ପ୍ରସାଦ ଜଣେ ଉତ୍ତମ ସଂଗଠକ ଥିବା ବେଳେ ବୁଗୁଡା ଅଞ୍ଚଳର ବିଜେପି ଯୁବ ମୋର୍ଚ୍ଚାର ଜଣେ ଆଗ ଧାଡ଼ିର ନେତାଥିଲେ। ସେ ଜଣେ ମେଳାପୀ ଓ ମିଷ୍ଟଭାଷୀ ହୋଇଥିବା ଯୋଗୁଁ ସମସ୍ତଙ୍କର ପ୍ରିୟପାତ୍ର ହୋଲପାରିଥିଲେ।ଗତ ରାତ୍ରରେ ଶବ ସଂସ୍କାର ହୋଇଥିବା ବେଳେ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ