ପ୍ରବାସୀଙ୍କୁ ଘରେ ରଖାଯିବା ନେଇ ଜମଧରବାସୀଙ୍କ ଉପଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଦିଲ୍ଲୀରୁ କେନ୍ଦ୍ରାପଡାକୁ ଆସିଥିବା ଏକ ପରିବାରର ପୁରୁଷ ଜଣଙ୍କୁ କେବଳ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ସେମାନଙ୍କ ଘରେ ରହିବାକୁ ସରପଂଚ ସୁଯୋଗ ଦେଇଥିବା ଉପଜିଲ୍ଲାପାଳଙ୍କ ନିକଟରେ ଜମଧର ପଂଚାୟତର ବନ୍ଧସାହି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । କୋଭିଡ-୧୯ ନିୟମ ଅନୁଯାଇ ତୁରନ୍ତ ସେହି ପରିବାରକୁ ପଂଚାୟତ ସଙ୍ଗରୋଧକେନ୍ଦ୍ରରେ ରଖାଯିବାକୁ ସେମାନେ ଦାବି କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ପ୍ରଫୁଲ୍ଲ କୁମାର ମହାନ୍ତି,ପ୍ରଦୀପ୍ତ ନାୟକ,ଚନ୍ଦ୍ରମଣୀ ସ୍ୱାଇଁ,କୁଞ୍ଜବିହାରୀ ନାୟକ,ରାକେଶ ସ୍ୱାଇଁ,ବଂଶୀଧର ନାୟକ ପ୍ରମୁଖ ଦାବି କରିଛନ୍ତି ।


