ଅବକାରୀ ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ାଉ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲାର ଦୁର୍ଗମ ବନାଞ୍ଚଳର ଥଣ୍ଡା ଜଳବାୟୁ ଓ ଜଙ୍ଗଲ ଜମିର ମାଟି ଗଞ୍ଜେଇ ଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ଜିଲ୍ଲାର କେତେକ ବନାଞ୍ଚଳରେ ଚୋରାରେ ଗଞ୍ଜେଇ ଚାଷ କରାଯାଉଛି. କେତେକ ଶକ୍ତିଶାଳୀ ମାଫିଆଙ୍କ ଦ୍ଵାରା ଏହି ଚୋରା ଗଞ୍ଜେଇ ଚାଷ କରାଯାଉଥିବାବେଳେ ନିରୀହ ଆଦିବାସୀକୁ ନାମକୁ ମାତ୍ର ଦରରେ ଚୋରା ଗଞ୍ଜେଇ ଚାଷ ପାଇଁ ବିନିଯୋଗ କରାଯାଉଛି. ଏଭଳି ଏକ ଚୋରା ଗଞ୍ଜେଇ ଚାଷର ଖବର ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିକଟରେ ପହଞ୍ଚିବା ପରେ ଅତ୍ୟନ୍ତ ଗୋପନୀୟ ଭାବେ ଅବକାରୀ, ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ସ୍କ୍ୱାର୍ଡ ଗଠନ କରାଯାଇ ମିଳିତ ଚଢ଼ାଉ କରାଯାଇଥିଲା. ପାହାଡିଆ ରାସ୍ତାରେ ୧୪ କିମି ପାଦ ଚଲାରେ ପାହାଡ଼ ପରେ ପାହାଡ଼ ଅତିକ୍ରମ କରି ଜଙ୍ଗଲର ଢ଼ାଲୁ ଜାଗାରେ ଚାଷ କରାଯାଇଥିବା ୯୫ ରୁ ଉର୍ଦ୍ଧ ଏକର ଜଙ୍ଗଲ ଜମିରେ ହୋଇଥିବା ଚୋରା ଗଞ୍ଜେଇ ଚାଷକୁ କାଟି ନିଆଁ ଲଗାଇ ପୋଡି ଦିଆ ଯାଇଥିଲା. ପୋଡି ଦିଆ ଯାଇଥିବା ଏହି ଗଞ୍ଜେଇ ଗଛରୁ ୫୦ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଞ୍ଜେଇ ଉତ୍ପାଦିତ ହୋଇଥାନ୍ତା ବୋଲି ସୂଚନା ମିଳୁଛି. ଗଜପତି ଜିଲ୍ଲାର ମୋହନା ବ୍ଲକର ଯୁବ ଗ୍ରାମ ପଞ୍ଚାୟତର ପେଙ୍ଗମ ଓ ଗୁଇମରା ଦୁର୍ଗମ ଗ୍ରାମାଞ୍ଚଳର ପାହାଡିଆ ଢ଼ାଲୁ ଅଞ୍ଚଳରେ ଏହି ୯୫ ଏକର ବିସ୍ତ୍ରୀର୍ଣ ବନରେ ଏହି ଗଞ୍ଜେଇ ଚାଷ କରାଯାଇଥିଲା. ଅବକାରୀ, ପୋଲିସ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ପାହାଡ଼ ତଳରୁ ୧୪ କିମି ପାହାଡିଆ ଅଞ୍ଚଳ ଦେଇ ଚୋରା ଗଞ୍ଜେଇ ଚାଷ ନେଇ ଚଢ଼ାଉ କରିବାକୁ ଆସୁଥିବା ଜାଣିପାରି ଶକ୍ତିଶାଳୀ ମାଫିଆ ଓ ଉଭୟ ଦୁଇ ଗ୍ରାମବାସୀ ଜଙ୍ଗଲ ମଧରେ ଆତ୍ମଗୋପନ କରି ନିଖୋଜ ଥିବା ଯୋଗୁ ବହୁ ଶ୍ରମ ଶିକାର କରି ଏଡ଼େ ବଡ଼ ଧରଣର ଚଢ଼ାଉ କରିଥିଲେ ସୁଦ୍ଧା ଜଣେ ବି ଗିରଫ ହୋଇନଥିବା ସୂଚନା ମିଳିଛି. ଏହି ମିଳିତ ଚଢ଼ାଉଟି ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶକ୍ରମେ ହୋଇଥିବାବେଳେ ଗଜପତି ଏସପି ଏସ. ସ୍ଵାତି କୁମାରଙ୍କ ନେତୃତ୍ୱରେ ଏବଂ ଅବକାରୀ ଅଧିକ୍ଷକ ସୁବ୍ରତ କୁମାର ସେଠିଙ୍କ ପ୍ରତେକ୍ଷ ତତ୍ୱାବଧାନରେ ୧୫୦ ରୁ ଉର୍ଦ୍ଧ ଅବକାରୀ, ପୋଲିସ ଓ ରାଜସ୍ୱ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ବଡ଼ ଧରଣର ଚଢ଼ାଉଟି କରାଯାଇଥିଲା. ଗତ ଶୁକ୍ରବାର ଠାରୁ ଏହି ଚଢ଼ାଉ ଆରମ୍ଭ ହୋଇଥିବାବେଳେ ଗତକାଲି ଶନିବାରରେ ଏହି ଚଢ଼ାଉ ଶେଷ ହୋଇଥିଲା. ସମ୍ପୃକ୍ତ ଅଞ୍ଚଳରେ ୯୫ ରୁ ଉର୍ଦ୍ଧ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ଲକ୍ଷ ଲକ୍ଷ ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ପୋଡି ଦିଆ ଯାଇଥିଲା. ୯୫ ଏକର ଜମିରେ ଚୋରାରେ ଚାଷ କରାଯାଇଥିବା ଏହି ଗଞ୍ଜେଇ ଚାଷରୁ ୫୦ ରୁ ଉର୍ଦ୍ଧ କୋଟି ଟଙ୍କାର ଗଞ୍ଜେଇ ଉତ୍ପାଦନ ହୋଇଥାନ୍ତା. ମାଫିଆମାନେ ଏହି ଅର୍ଥରେ ମାଲାମାଲ ହେଉଥିବାବେଳେ ଏଥିରେ ନିୟୋଜିତ ନିରୀହ ଆଦିବାସୀମାନେ ନାମକୁ ମାତ୍ର ଦରରେ ଏହି ଚୋରା ଗଞ୍ଜେଇ ଚାଷରେ ନିୟୋଜିତ ରହୁଛନ୍ତି. ଏହି ଚାଷ ବେଳେ ବଣ ପାହାଡ଼ର ବିଷଧର ସର୍ପ ଓ ହିଂସ୍ର ଜନ୍ତୁଙ୍କ ଆକ୍ରମଣରେ ଖଣ୍ଡିଆ ଖବରା ହେବା ସହ ପୋଲିସ ଓ ଅବକାରୀର ଭିନ୍ନ ଭିନ୍ନ ଚଢ଼ାଉରେ ଆଦିବାସୀମାନେ କେବଳ ଜେଲ ହାଜତକୁ ଯାଇ ସେମାନଙ୍କ ଜୀବନକୁ ବିପନ୍ନ କରୁଛନ୍ତି. ମାଫିଆମାନେ ଏଥିରୁ ଖସି କୋଟି କୋଟି ଟଙ୍କା ଲାଭ କରି ଚୋରା ଗଞ୍ଜେଇ ଚାଷକୁ ବୃଦ୍ଧି କରି ଚାଲିଛନ୍ତି. ପ୍ରଶାସନ ଏନେଇ ସଚେତନ ହୋଇ ଏଭଳି ମାଫିଆଙ୍କୁ ଗିରଫ ସହ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ଗଜପତିରୁ ଚୋରା ଗଞ୍ଜେଇ ଚାଷ ଗଜପତିରୁ ସବୁଦିନ ପାଇଁ ଲୋପ ପାଇଥାନ୍ତା. ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧରେ ଆର. ଉଦୟଗିରି ଏସଡିପିଓ ଅଶ୍ୱିନୀ କୁମାର ନାୟକ, ମୋହନା ଆଇଆଇସି ବସନ୍ତ ସେଠି, ଅବକାରୀ ଅଧିକାରୀ ମଙ୍ଗଳ ଛତରିଆ, ବିଙ୍ଗରାମ ଦାମ, ମୁଦି ଶବର, ପ୍ରସନ୍ନ ପଟେଲ ଏବଂ ଅବକାରୀ ସ୍କ୍ୱାର୍ଡର ଭାଗିରଥି ଜେନା, ଦୀପକ ମହାପାତ୍ର, ପ୍ରଭାତ ନାଗବଂଶଙ୍କ ସମେତ ବହୁ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ