ଅବକାରୀ ବିଭାଗକୁ ବଡ ସଫଳତା : ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କଲା

ଜଗତସିଂହପୁର, (ଅନସୂୟା ରାଉତ) :-ବାଲିକୁଦା ଅବକାରୀ ବିଭାଗ ଏବେ ଚର୍ଚ୍ଚିତ ହେବାର ଦେଖିବାକୁ ମିଳିଛି। ସବୁଠି ପ୍ରଶଂସିତ ହୋଇଛନ୍ତି । ଗୋଟିଏ ପରେ ନିଶା ବେପାରୀ ଙ୍କୁ ଚତୁରତାର ସହିତ ଧରି ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛନ୍ତି । ଆଜି ନାଉଗାଁଅଞ୍ଚଳର କୋଳଥ ପାଟଣା ଗ୍ରାମର ନିରଞ୍ଜନ ସାହୁ ନାମକ ଜଣେ ଗଞ୍ଜେଇ ବେପାରୀଙ୍କୁ ଧରିଛନ୍ତି । ଯାହା ଠାରୁ ପାଖାପାଖି ୨କିଲୋ ୫୦୦ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଅବକାରୀ ଅଧିକାରିଣୀ ବୈଜୟନ୍ତି ପଣ୍ଡା କହିଛନ୍ତି ସଂପୃକ୍ତ ସାହୁ ନିଜର ଗଞ୍ଜେଇ ସାମ୍ରାଜ୍ୟ ଜଗତସିଂହପୁର ଜିଲ୍ଲାର ଚାରି ପାଞ୍ଚଟି ବ୍ଲକରେ ନିଧଡକ୍ ଭାବେ ବିସ୍ତାର କରିବାରେ ଲାଗିଥିଲେ। କେତେବେଳ ନିଜେ ଯାଇ ଦୋକାନ ଗୁଡିକରେ ଦେଇ ଆସନ୍ତି । କେତେବେଳ ବିଭିନ୍ନ ନିଛାଟିଆ ସ୍ଥାନରେ ରହି ଫୋନ ଯୋଗେ ମାଲ୍ ପଠାଇ ବ୍ୟବସ୍ଥା କରିଥାନ୍ତି । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନ ଥାଏ ସୂତ୍ରରେ ଧରାପଡି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ