ଭାରତୀୟ ଭ୍ରଷ୍ଟାଚ।ର ନିବାରଣ ସଂସ୍ଥାର ନୂତନ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର, : ଭାରତୀୟ ଭ୍ରଷ୍ଟାଚ।ର ନିବାରଣ ସଂସ୍ଥାର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ୟୁନିଟ୍-୩ସ୍ଥିତ ଉକ୍ରଳ ସାମ୍ବାଦିକ ସଂଘ ପରିସରରେ ଅନୁଷ୍ଠିତ ଏହି ବୈଠକରେ ମୁମ୍ବାଇ ଜାତୀୟ ଭ୍ରଷ୍ଟାଚ।ର ନିବାରଣ ସଂସ୍ଥାର ସମ୍ପାଦକ ଡ. ବିପିନ ବିହାରୀ ମିଶ୍ରଙ୍କ ଉପସ୍ଥିତିରେ ଓଡ଼ିଶା ଶାଖା ସମ୍ପାଦକ ଇଂ ଲାୟନ ବିପିନ ବିହାରୀ ନାୟକ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହିତ ଜାତୀୟସ୍ତରରେ ଆହୂତ ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ସହର ଓ ଗ୍ରାମାଞ୍ଚଳରେ ପ୍ରୟୋଗ କରିବାକୁ ଏହି ସଂଗଠନ ଦୃଢ଼ ପଦକ୍ଷେପ ନେଉଛି ବୋଲି ଶ୍ରୀ ମିଶ୍ର ଉପସ୍ଥାପିତ କରିଥିଲେ । ନୂଆ କରି ଦାୟିତ୍ୱ ନେଇଥିବା ଶ୍ରୀ ନାୟକ ମଧ୍ୟ ଏହା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ । ବୈଠକରେ ଭୁବନେଶ୍ୱର ପାଇଁ ଦାୟିତ୍ୱ ନେଇଥିବା ସଭାପତି ସୁରେଶ ଚୌଧୁରୀ ମଧ୍ୟ ଏହି ସଂସ୍ଥାନ ମାଧ୍ୟମରେ ଦୁର୍ନୀତି ନିବାରଣ ପାଇଁ ବହୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାବ୍ୟତୀତ ଅବସରପ୍ରାପ୍ତ ଅତିରିକ୍ତ ପୋଲିସ୍ ଏସିପି ଦୁର୍ଲ୍ଲଭ ସିଂହ ଓ ପରିକ୍ଷୀତ ଜେନା ଓଡ଼ିଶା ଶାଖାର ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସଦସ୍ୟ ଅଶୋକ ମହାପାତ୍ର, କୋଷାଧ୍ୟକ୍ଷ ସୁରେଶ ମହାପାତ୍ର ଏବଂ ଅନ୍ୟ ପନ୍ଦର ଜଣ ସଦସ୍ୟ ନୂଆକରି ଦାୟିତ୍ୱ ବହନ କରିଥିଲେ । ସୂଚନାଯୋଗ୍ୟ ଏହି ସଂସ୍ଥାନ ଓଡ଼ିଶାରେ ଦଶ ବର୍ଷ ହେବ ଦୁର୍ନୀତି ନିବାରଣ କାର୍ଯ୍ୟ କରିଆସୁଛି । ଏହି କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ବାଳକୃଷ୍ଣ ରାଉତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ