ଅବହେଳିତ ଶାଳଣିଆ—ସାହାପୁର ରାସ୍ତା

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲା ହାଟଡିହି ବ୍ଲକର ବୈତରଣୀ ନଦୀରୁ ଦୈନିକ ଶହ ଶହ ଗାଡିରେ ବାଲି ଚାଲାଣ ହେଉଥ‌ିବାରୁ ରାସ୍ତାଗୁଡିକ ନଷ୍ଟ ହୋଇଗଲାଣି। ଏହି ରାସ୍ତାର ରକ୍ଷଣାବେକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ନିୟମିତ ମରାମତି ହେଉ ନ ଥିବାରୁ ସାଧାରଣ ଲୋକଙ୍କ ଯାତାୟାତାରେ ବିପଦ ସୃଷ୍ଟି କରୁଛି। ଏଥିପ୍ରତି ନେତା କିମ୍ବା ପ୍ରଶାସନର ଦୃଷ୍ଟି ପଡୁନଥିବାରୁ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଛି। ସୂଚନାଯୋଗ୍ୟ ଯେ ହାବଳେଶ୍ବରରୁ ସାହାପୁର ଓ ଗେଡମା ଦେଇ ଚଷାଖଣ୍ଡ, ଡଅଁର, ଶାଳଣିଆ, ସରଳା ଓ ଓଳମ ରାସ୍ତା ଦେଇ ବାଲି ବୋଝେଇ ଗାଡି ପାତାୟାତ କରୁଥିବା ବେଳେ ଓ ଆଉ କିଛି ଜାବିନପୁର, ବିଷ୍ଣୁପୁର ଓ ଶାଳଣିଆ ଦେଇ ଓରାଳିରେ ବାହାରୁଛି।କିନ୍ତୁ ଚଷାଖଣ୍ଡ ଠାରୁ ଶାଳଣିଆ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ବଡ ବଡ ଖାଲ ସାଙ୍ଗକୁ ରାସ୍ତା ସାରା କାଦୁଅ ପଚ ପଚ । ଦୁଇ ଚକିଆ ଗାଡି ଓ ସାଇକଲ ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରିଥିବାବେଳେ ପାଦଚଲା ଲୋକଙ୍କ ଯାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଛି। ରୋଗୀ ମାନଙ୍କୁ ନେବା ଆଣିବା ରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଯଦି କେହି ବାହାରର ଲୋକ ଭୁଲ ବଶତଃ ୪ଚକିଆ ଯାନ ନେଇ ଚାଲି ଗଲା ତାର ବେଳ ଖରାପ । ଗାଡି ଲାଖି ଯାଉଥିବାରୁ ଲୋକ ଡାକି ଉଠାଇବାକୁ ପଡୁଛି। ଏହି ରାସ୍ତାକୁ ମରାମତି କରିବାକୁ ଦାବି ହୋଇଆସୁଥିଲେ ମଧ୍ୟ କାହାର ଦୃଷ୍ଟି ପଡୁନାହିଁ। ନୂତନ ବିଧାୟକ ଏଥ୍‌ପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ