ଅଭିଷେକଙ୍କୁ “ବେରୋଜଗାର’ କହିଲେ ଟ୍ରୋଲର
ବମ୍ବେ: ବିଗ୍ ବି ଅମିତାଭ ବଚ୍ଚନଙ୍କ ଭଳି ସେତେଟା ସଫଳତା ପାଇନାହାନ୍ତି ପୁଅ ଅଭିଷେକ ବଚ୍ଚନ । ଫଳରେ ଅନେକ ସମୟରେ ତାଙ୍କୁ ସମାଲାଚିତ ହେବାକୁ ପଡ଼ିଥାଏ । ଠିକ୍ ଏଭଳି ଏକ ଘଟଣା ଘଟିଛି । ଅଭିଷେକ ନିଜର ଟୁଇଟର ଆକାଉଣ୍ଟରେ ଏକ ମୋଟିଭେସ୍ନାଲ (ପ୍ରେରଣାଦାୟକ) ଫଟୋ ଶେୟାର କରିଥିଲେ । ଜୀବନରେ ଗୋଟିଏ ଉଦ୍ଦେଶ୍ୟ ରଖ । ଗୋଟିଏ ଲକ୍ଷ୍ୟ ରଖ । ସେ ବି ଏପରି କିଛି ଅସମ୍ଭବ କାମ ଯାହାକୁ ତୁମେ ପୂରଣ କରିବାକୁ ଚାହିଁବ । ପରେ ତାହା ଅସମ୍ଭବ ନୁହେଁ ବୋଲ ଦୁନିଆକୁ ଜଣାଅ ବୋଲି ସେଥିରେ ଲେଖାଥିଲା । ଏହାକୁ ନେଇ ଟ୍ରୋଲ୍ ହୋଇଥିଲେ ଅଭିଷେକ । ଜଣେ ବ୍ୟବହାରକାରୀ ଏଥିରେ କମେଣ୍ଟ ଦେଇ ଲେଖିଥିଲେ, ସୋମବାର ଯଦି କୌଣସି ମଣିଷ ଖୁସି ରହିଥାଏ ତେବେ ସେ ବେରୋଜଗାର ବାଲି କୁହାଯାଏ । ସବୁବେଳେ ଚୁପ୍ ରହିଆସିଥିବା ଅଭିଷେକ ଏହାର ଜବାବ ଦେଇ କହିଥିଲେ, ମୁଁ ଏହା ମାନେ ନାହିଁ । ମୋ ମତରେ ସେ ଏଭଳି ଜଣେ ବ୍ୟକ୍ତି, ଯାହା ସେ କରେ ତାକୁ ପସନ୍ଦ କରିଥାଏ । ଏହି ଜବାବକୁ ଲୋକମାନେ ପସନ୍ଦ କରୁଛନ୍ତି । ଅଭିଷେକଙ୍କ କାମ ବିଷୟରେ ଯଦି କଥାହେବା ତେବେ ସେ ଖୁବ୍ଶୀଘ୍ର ଅନୁରାଗ ବାସୁଙ୍କ ଚଳଚ୍ଚିତ୍ରରେ ନଜର ଆସିବେ । ଏହାବ୍ୟତିତ କୁକି ଗୁଲାଟିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମ “ଦ ବିଗ୍ ବୁଲ’ରେ ମଧ୍ୟ ନଜର ଆସିବେ ।


