ଅମଲା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁୁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):କନିଷ୍ଠ ରାଜସ୍ୱ ସହାୟକ ମାନଙ୍କର ଚାକିରୀ ପ୍ରବେଶ ଗ୍ରେଡ ପେ ୧୯୦୦ ରୁ ୪୨୦୦ ପ୍ରଦାନ କରିବା ନିମନ୍ତେ ସମସ୍ତ ସହାୟକ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଦିବ୍ୟ ଜ୍ୟୋତି ପରିଡା ଙ୍କୁ ଭେଟି ସରକାରଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ଗୁଡିକ ପୂରଣ ନ ହେବାରୁ ଜିଲ୍ଲାରେ କାର୍ଯ୍ୟରତ ଅମଲା ମାନେ ଆସନ୍ତା ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ଧାରଣ କରିବେ । ପରେ ସେମାନଙ୍କ ଦାବି ପୂରଣ ଲାଗି ଆସନ୍ତା ଜୁନ୍ ମାସ ୧ ତାରିଖରୁ ସାମୁହିକ ଭାବେ ଛୁଟିରେ ଯିବେ ବୋଲି ସେମାନେ ପ୍ରେସ ବିବୃତି ମାଧ୍ୟମରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ