ଅମ୍ଳାନ-ଆନିମିଆ ମୁକ୍ତ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟରର ସାର୍ଦ୍ଦୁଳ ରାଧାକୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟ, ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଖମାରେଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଇନ୍ଦାଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଆନିମିଆ ମୁକ୍ତ ଭାରତ ଅଧିନରେ ଅମ୍ଳାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି ଏହି କାର୍ଯ୍ୟକ୍ରମରେ ପିଲାଙ୍କ ହିମୋଗ୍ଳୋବନ ସ୍ତର ନିରୂପଣ ସହ ସେମାନଙ୍କୁ ରକ୍ତହୀନତା ର କାରଣ ତଥା ନିରାକରଣର ଉପାୟ ବତାଯିବା ସହ ସୁଷମ ଖାଦ୍ୟ ଗ୍ରହଣ, ପରିଷ୍କାର ପରିଚ୍ଛନତା ବଜାୟ ରଖିବା ଆଦି ସମ୍ବନ୍ଧୀୟ ସଚେତନତା କରାଯାଇଥିଲା ଡୁମାକୁମ୍ପା ସି.ଏଚ୍.ଓ ଲକ୍ଷ୍ମୀ ନାରାୟଣ ସାହୁ ଙ୍କ ନେତୃତ୍ବରେ ଓ ଏ.ଏନ୍.ଏମ୍ ଦିପ୍ତିରେଖା ପାତ୍ରଙ୍କ ତତ୍ବାବଧାନରେ ଏବଂ ସାନକୋଦଣ୍ଡା ସି.ଏଚ୍.ଓ ଜାନକୀ ସାହୁ, ମହାଗୁଡା ସି.ଏଚ୍.ଓ ରାଜେଶ କୁମାର ବେହେରା, ଗାଲେରୀ କମ୍ୟୁନିଟି ହେଲଥ ସେଣ୍ଟରର ଡାକ୍ତର ଅଭିଷେକ ସାହୁ, ବଡକୋଦଣ୍ଡା ଏ.ଏନ୍.ଏମ୍ ସବିତା କୁମାର ନିମଲ, ହେଲଥ୍ ୱାର୍କର ସନ୍ତୋଷ କୁମାର ସାହୁ ଏବଂ ସାନକୋଦଣ୍ଡା ଏ.ଏନ୍.ଏମ ସୁମତି କୁମାରୀ ପାଣିଗ୍ରାହୀ , ସୁପରଭାଇଜର କାଳୀ ଚରଣ ମଲ୍ଲିକ ପ୍ରମୁଖଙ୍କ ସହଯୋଗ କ୍ରମେ ଏହି ଏକ ଦିବସୀୟ ସଚେତନତା ଓ ହିମୋଗ୍ଳୋବିନ୍ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଡୁମାକୁମ୍ପା କ୍ଳଷ୍ଟରର ଉପରୋକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିବା ବେଳେ ସି.ଆର୍.ସି.ସି ତ୍ରିନାଥ ବେହେରା ଏହି ଭଳି କାର୍ଯ୍ୟକ୍ରମର ସଫଳ ଆୟୋଜନ କରିଥିବା ହେତୁ ସମସ୍ତ ସ୍ବାସ୍ଥ୍ୟ ବିଭାଗୀୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ


