ଅରୁଣ ଦେଙ୍କ ସ୍ମୃତିରେ‘ଓଡ଼ିଶା ମୋ ପରିବାର’ର ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ଦିବଂଗତ ଅରୁଣ ଦେଙ୍କ ଏକାଦଶାହ ଅବସରରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ହରିପ୍ଲାଜା ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ ଦାସ ଓ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏହି ଶିବିରକୁ ଉଦଘାଟନ କରିଥିଲେ । ସ୍ୱର୍ଗତ ଦେଙ୍କ ସ୍ମୃତିରେ ଏହି ରକ୍ତଦାନ ଶିବିର ଆୟୋଜନ, ତାଙ୍କ ପ୍ରତି ଓଡ଼ିଶା ମୋ ପରିବାରର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଦୁଇ ଅତିଥି ମତ ପ୍ରକାଶ କରିଥିଲେ । ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସଂଗଠନର କର୍ମକର୍ତ୍ତାଙ୍କୁ ସେମାନେ ସାଧୁବାଦ ଜଣାଇଥିଲେ । ଓଡ଼ିଶା ମୋ ପରିବାରର ଜିଲା ସଂଯୋଜକ ସାହିରୁଲ ହକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଛାତ୍ରନେତା ସିମନ ଦାସମାପାତ୍ର, ବିଜେଡି ଟାଉନ ସଭାପତି ସନତ ଦାସ, ଯୁବ ସଂଗଠକ ରଘୁନାଥ ଲେଙ୍କା, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ଲୀନା ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ